ଉଦୟବଟ’ ତରଫରୁ ‘ପ୍ରକୃତି ବଂଚିଲେ ଆମେ ବଂଚିବା’ ର ଶୀର୍ଷକ ଆଲୋଚନାଚକ୍ର
‘ଉଦୟବଟ’ ତରଫରୁ ‘ପ୍ରକୃତି ବଂଚିଲେ ଆମେ ବଂଚିବା’ ର ଶୀର୍ଷକ ଆଲୋଚନାଚକ୍ର*ବ୍ୟାସନଗର ସ୍ଥାନୀୟ ଦଳା ସ୍ଥିତ ‘ଇନ୍ଦିରା ଗାନ୍ଧୀ ଡିଗ୍ରୀ ମହାବିଦ୍ୟାଳୟ’ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ‘ପ୍ରକୃତି ବଂଚିଲେ ଆମେ ବଂଚିବା’ ଶୀର୍ଷକ ଆଲୋଚନାଚକ୍ର ଆଜି ମଂଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁରରୋଡ ବନ ଉନ୍ନୟନ ନିଗମ (ଓଏଫଡିସି)ର ଡିଭିିନାଲ ମ୍ୟାନେଜର ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାର୍ଯ୍ୟକ୍ରମର ଆବାହକ ପରିବେଶବିତ୍ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ସ୍ୱାଗତ ସମ୍ଭାଷଣ ପ୍ରଦାନ କାର୍ଯ୍ୟକ୍ରମ ସଂର୍ପକରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ସହକାରୀ ବନ ସରଂକ୍ଷକ ଅଚ୍ୟୁତାନନ୍ଦ ମହାନ୍ତି ଯୋଗ ଦେଇ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ବିଭିନ୍ନ ଉଦାହରଣ ଦେଇ ପ୍ରକୃତିମାତାର ସୁରକ୍ଷା ପାଇଁ ବୃକ୍ଷର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ଏଥିରେ ବନାଂଚଳ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଏଫଡିସିର ଏସଡିଏମ ବିନୋଦ ବିହାରୀ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ର୍ବମାନର ପ୍ରଦ୍ୟଷିତ ସମାଜରୁ ନିସ୍ତାର ପାଇଁ ଓ ଆବଶ୍ୟକୀୟ ଅମ୍ଳଜାନ ପାଇବା ପାଇଁ ବୃକ୍ଷର ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ ଜେନା, ସମାଜସେବୀ ରାମଚନ୍ଦ୍ର ବାରିକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ ।
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
