ଦିଶା” ବୈଠକରେ ଭଦ୍ରକର ସର୍ବାଙ୍ଗୀନ ଉନ୍ନତୀ ପାଇଁ ଆଲୋଚନା

“ଦିଶା” ବୈଠକରେ ଭଦ୍ରକର ସର୍ବାଙ୍ଗୀନ ଉନ୍ନତୀ ପାଇଁ ଆଲୋଚନା
ଆଜି ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର “ଦିଶା” ବୈଠକ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟପାର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିନିଧି ଅଶୋକ ପୁହାଣ, ବିଧାୟକ ଭଣ୍ଡାରିପୋଖରୀ ସଂଜୀବ କୁମାର ମଲ୍ଲିକ, ବିଧାୟକ ଭଦ୍ରକ ସୀତାଂଶୁ ସେଖର ମହାପାତ୍ର, ବିଧାୟକ ବାସୁଦେବପୁର ଅଶୋକ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲ୍ଲାପାଳ ଦିଲିପ ରାଉତ ରାଏ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଆରକ୍ଷୀ ଅଧ୍ୟୀକ୍ଷକ ଅରୁପ ଅଭିଷେକ ବେହେରା, ଉପନିର୍ଦ୍ଦେଶକ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖା, ଭଦ୍ରକ ପ୍ରହଲ୍ଲାଦ ରଣା ତଥା ସମସ୍ତ ନଗରାଞ୍ଚଳ ର ଅଧ୍ୟକ୍ଷା, ବ୍ଲକ ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟା, ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ଧାମରା ବନ୍ଦର ପ୍ରକଳ୍ପ ଓ ବେଦାନ୍ତ ଫେକର ର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହାପରେ ବିଭିନ୍ନ ବିଭାଗର ଯୋଜନାଗୁଡିକ ଉପରେ ସମୀକ୍ଷା ହୋଇଥିଲା । ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ନରେଗା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜାତୀୟ ଗ୍ରୀମୀଣ ପାନୀୟ ଜଳ ଯୋଜନା, ସମଗ୍ର ଶିକ୍ଷା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ବେଟି ବଚାଓ ବେଟି ପଢାଓ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା, ଜାତୀୟ ପ୍ରାଣୀଧନ ମିଶନ, ଜାତୀୟ ଗ୍ରାମୀଣ ଜିବୀକା ମିଶନ, ଦୀନଦୟାଲ ଅନ୍ତଦ୍ୱୟ ଯୋଜନା, ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ଅମୃତ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପ, ପର୍ଯ୍ୟଟନ ବିଭାଗର ବିଭିନ୍ନ ପ୍ରକଳ୍ପ, ବୃକ୍ଷରୋପଣ କାର୍ଯ୍ୟକ୍ରମର ପ୍ରଗତି, ଜାତୀୟ ରାଜପଥ, ରେଲୱେ, ଡାକ ବିଭାଗ, ଯୋଗାଯୋଗ, ଜଳପଥ, ବେଦାନ୍ତ ଫେକର ଓ ଆଦାନୀ, ଧାମରା ବନ୍ଦର ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା ହୋଇଥିଲା । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତୀ ପାଇଁ ସମସ୍ତ ବିଭାଗ ଏକ ମନ ଏକ ପ୍ରାଣ ନେଇ ତଥା ସହଯୋଗିତାରେ କାମକରିବାପାଇଁ ସାଂସଦ ତଥା ବିଧାୟକମାନେ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *