ସାଇଲୋ ସରପଞ୍ଚ ଓ ବିଡ଼ିଓଙ୍କ ମଧ୍ୟରେ ବିବାଦ
- ସାଇଲୋ ସରପଞ୍ଚ ଓ ବିଡ଼ିଓଙ୍କ ମଧ୍ୟରେ ବିବାଦ,
- ଆତ୍ମାହୁତି ଦେବାକୁ ସରପଞ୍ଚ ଙ୍କ ଘୋଷଣା।
- ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି
ଆଙ୍କର- କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାମକୁ ନେଇ ସରପଞ୍ଚ ଓ ବିଡ଼ିଓ ଙ୍କ ମଧ୍ୟରେ ବିବାଦ ଏବେ ଚରମ ସୀମାରେ। ଆତ୍ମହୁତି ଦେବାକୁ ସରପଞ୍ଚ ଙ୍କ ଘୋଷଣା। ଦେହରେ କିରୋସିନ୍ ଢାଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଦେଲେ ଚେତାବନୀ । କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତ ସରପଞ୍ଚ ସରୋଜ କୁମାର ସେଠୀ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଗତ କିଛିଦିନ ହେବ କୁଜଙ୍ଗ ବିଡିଓ ଦିପକ ପ୍ରସାଦ ସ୍ବାଇଁ ଓ ସରପଞ୍ଚ ସରୋଜ ସେଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଯାହା ଫଳରେ ସାଧାରଣ ଲୋକଙ୍କ ସମସ୍ୟା ଉପରେ ପ୍ରଭାବ ପଡିବା ସହିତ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁନାହିଁ। ସରପଞ୍ଚ ଜନ ପ୍ରତିନିଧି ହୋଇ ଥିଲେ ମଧ୍ୟ ବ୍ଲକ ପ୍ରଶାସନ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଏମିତିକି ବ୍ଲକ୍ କୁ ଗଲେ ବିଡିଓ ବାରମ୍ବାର ଅପମାନ ଜନକ ଶବ୍ଦ ବ୍ୟବହାର କରିବା ସହିତ କୌଣସି କାର୍ଯ୍ୟରେ ସହଯୋଗ କରୁ ନ ଥିବା ନେଇ ସରପଞ୍ଚ ସରୋଜ କୁମାର ସେଠୀ ସାଇଲୋ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତାଙ୍କ ବିବୃତି ରଖିଛନ୍ତି। ପୂର୍ବ ସରକାର ସମୟରେ ଏକ ପ୍ରୋଜେକ୍ଟ ଆପ୍ରୁଭାଲ କରିବା କୁ ନେଇ ବିଡିଓ ସରୋଜଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ନେଇଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ହୋଇ ପାରୁନାହିଁ କିମ୍ବା ଟଙ୍କା ଫେରସ୍ତ ଦେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସରପଞ୍ଚ । ଏନେଇ ଜଗତସିଂହପୁର ଜିଲ୍ଲାପାଳଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ। ଶେଷରେ ବାଧ୍ୟ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ମହାମହିମ ରାଷ୍ଟ୍ରପତି ଙ୍କୁ ଲିଖିତ ପତ୍ର ମାଧ୍ୟମରେ ଅବଗତ କରାଇବା ସହିତ ଆଗାମୀ ୧୫ଦିନ ମଧ୍ୟରେ ଏହାର କୌଣସି ସମାଧାନ ନ ହେଲେ ବାଧ୍ୟ ହୋଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନ୍ ଢାଳି ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ସାଇଲୋ ସରପଞ୍ଚ ସରୋଜ କୁମାର ସେଠୀ।
ବାଇଟ -ସରୋଜ କୁମାର ସେଠୀ ( ସରପଞ୍ଚ , ସାଇଲୋ ଗ୍ରାମ ପଞ୍ଚାୟତ)
ଜଗତସିଂହପୁର ରୁ ରୀତା ସାହୁ
