ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ

ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ପଂଚାୟତ ର ପ୍ରତ୍ୟେକ ଘରୁ ଅର୍ଘ୍ୟ ତଥା ଚାଉକ ଓ ଗୁଆ ଅର୍ପଣ ରଥ ଦ୍ୱାରା ସଂଗ୍ରହ କରାଯାଇ ପୁରୀ ରେ ଥିବା ଜଗତ ର ନାଥ ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ର ଆଜି ପରିସମାପ୍ତି ହୋଇଯାଇଛି!ଏହି କାର୍ଯ୍ୟକ୍ରମ ଚଳିତ ମାସ 6 ତାରିଖ ରୁ ଆରମ୍ଭ ହୋଇ 15ତାରିଖ ପର୍ଯ୍ୟନ୍ତ ରାଜ୍ୟ ର ପ୍ରତ୍ୟେକ ଘରୁ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିଲା ଏବଂ ପୌଷ ମାସ ଶୁକ୍ଳ ସପ୍ତମୀ ଅର୍ଥାତ 17ତାରିଖ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳିତ ହୋଇଯାଇଛି!ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଥିବା ଜଗନ୍ନାଥ ମନ୍ଦିର କୁ ବିଭିନ୍ନ ପ୍ରକାର ଫୁଲ ରେ ସଜ୍ଜିତ କରାଯାଇ ପୌର ପରିଷଦ ତରଫରୁ ମନ୍ଦିର ପରିସର ରେ ଏବଂ ବ୍ଲକ ତରଫରୁ ପାରେଡ ପଡିଆ ଠାରେ ସମଗ୍ର କାର୍ଯ୍ୟକ୍ରମ ଟିକୁ ଏଲଇଡି ଟିଭି ଦ୍ୱାରା ପୁରୀ ରେ ହେଉଥିବା ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କୁ ଦେଖାଯାଇଥିଲା!ଏହି କାର୍ଯ୍ୟକ୍ରମ ଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ କରିଥିଲେ!ସେ ଶ୍ରୀମନ୍ଦିର ଯାଇ ଜଗନ୍ନାଥ ଙ୍କୁ ପୂଜାର୍ଚନା କରି ଶ୍ରୀମନ୍ଦିର ପରିକ୍ରମା କରିଥିଲେ!ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ସହ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ,ଗଜପତି ମହାରାଜ ଦିବ୍ୟସିଂ ଦେବ,,ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ରହି ଶ୍ରୀମନ୍ଦିର ପରିକ୍ରମା କରିଥିଲେ |

Leave a Reply

Your email address will not be published. Required fields are marked *