ଘରପୋଡି କ୍ଷତି ଗ୍ରସ୍ତ ପରିବାରକୁ ସହାୟତା ବଣ୍ଟନ

ଧରାକୋଟ,18/4/25ଧରାକୋଟ ବ୍ଲକର ବାହାର ପୁର ପଂଚାୟତ ର ଡାକିବଜା ଗ୍ରାମରେ ଗତ ଗୁରୁବାର ଦିନ ସନ୍ଧ୍ୟାରେ ସଟ ସର୍କିଟ ଯୋଗୁଁ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଦଶ ଗୋଟି ପରିବାର ର ଏଗାର ବଖରା ଘର ସଂପୂର୍ଣ୍ଣ ଜଳି ଯିବାରୁ ସଂପୃକ୍ତ ପରିବାର ଗୁଡ଼ିକ ସର୍ବସ୍ବାନ୍ତ ହୋଇଯାଇଛନ୍ତି । ଘଟଣା ସ୍ଥଳକୁ ଶୁକ୍ର ବାର ସକାଳୁ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପହଞ୍ଚି କ୍ଷତି ଗ୍ରସ୍ତ ସମସ୍ତ ପରିବାରକୁ ଖାଦ୍ୟ ପଦାର୍ଥ,ଲୁଗାପଟା ସହ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସମସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ପକ୍ଷରେ ଧରାକୋଟ ରାଜସ୍ବ ନୀରିକ୍ଷକ ମନୋଜ ମାଝି,ଅମିନ ନିରଞ୍ଜନ ଶବର ଓ ଦେବୀ ପ୍ରସାଦ ନାହାକ ପହଞ୍ଚି କ୍ଷୟ କ୍ଷତି ଆକଳନ କରିବା ପରେ ସମସ୍ତ ପରିବାର କୁ ପଲିଥିନ ଯୋଗାଇ ଦେଇଛନ୍ତି । ଅନ୍ୟ ପକ୍ଷରେ ବ୍ଲକ ପ୍ରଶାସନ ତରଫରୁ ଉପଯୁକ୍ତ ସର୍ଭେ କରାଯାଇ କ୍ଷତି ଗ୍ରସ୍ତ ପରିବାରକୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବା ପାଇଁ ଲୋକେ ଦାବୀ କରିଛନ୍ତି । ସଂପ୍ରତି ବିଦ୍ୟୁତ ବିଭାଗ ପକ୍ଷରୁ ନିଆଁରେ ପୋଡ଼ି ଯାଇଥିବା ମିଟର ଗୁଡ଼ିକୁ ବଦଳାଜାଇ ନୂତନ ମିଟର ଲଗାଯିବା ସହ ବିଦ୍ୟୁତ ସଂଯୋଗ ଦେବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *