ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ କମ୍ବଳ ଓ ବସ୍ତ୍ର ବଣ୍ଟନ

ବ୍ରହ୍ମପୁର 17/୨ମକର ପର୍ବ ପାଳନ ଅବସରରେ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ କନିଶି ଶାଖା ପକ୍ଷରୁ ବଳିଆପୁଟ ଆଦିବାସୀ ଗ୍ରାମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଶାଢ଼ୀ, କମ୍ବଳ,ଚାଦର ଓ ଅନ୍ୟାନ୍ୟ ବସ୍ତ୍ର ବଣ୍ଟନ କରାଯାଇଥିଲା। ଶ୍ରୀମତୀ ମମତା ପାଢୀଙ୍କ ସଂଯୋଜନାରେ ସଂକଳ୍ପ ଛାତ୍ରୀ ସୁଶ୍ରୀ ଜୟଶ୍ରୀ ସାବତ, ଶ୍ରୀମତୀ କାଶୀନାଥ ଗୌଡ଼, ଶ୍ରୀ ମନୁ ପାଢ଼ୀ ସମେତ ବହୁ ସଦସ୍ୟା ଓ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ପୂର୍ବରୁ ବିଭିନ୍ନ ଅଞ୍ଚଳ ତଥା ବହୁ ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଏକ ସ୍ଥାୟୀ ବସ୍ତ୍ର ବ୍ୟାଙ୍କ୍ ନିକଟରେ ଖୋଲାଯିବ। ଏଥିରେ ନୁଆ ପୁରୁଣା ବସ୍ତ୍ର ଜମା କରାଯିବ ବୋଲି ପ୍ରତିଷ୍ଠାନ ପକ୍ଷ ରୁ ପ୍ରକାଶ।

Leave a Reply

Your email address will not be published. Required fields are marked *