ମିତ୍ରସଂଘ ପକ୍ଷରୁ କମ୍ବଳ ବଣ୍ଟନ

ଅଗ୍ରଣୀ ସ୍ବେଚ୍ଛାସେବୀ ଓ ସମାଜସେବୀ ଅନୁଷ୍ଠାନ ମିତ୍ରସଂଘ ପକ୍ଷରୁ ଗରିବ, ନିରୀହ,ଅସହାୟ ଓ ଦିବ୍ଯାଙ୍ଗମାନଙ୍କୁ ଶୀତଜାଡରୁ ରକ୍ଷା ପାଇବା ପାଇଁ କମ୍ବଳ, ବିସ୍କୁଟ, ପାଣିବୋତଲ ବଣ୍ଟନ କରାଯାଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ମୁକ୍ତାକାଶ ରଙ୍ଗମଞ୍ଚ ନିକଟରୁ ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ସୁନିଲ କୁମାର ମହାନ୍ତି ,ପୂର୍ବତନ କାଉନସିଲର ପ୍ରଦୀପ କୁମାର ନାୟକ, ବିଜେଡ଼ି ସମ୍ପାଦକ ସରୋଜ କୁମାର ନାୟକ, ଷ୍ଟାଲିନ ପରିଜା ଅତିଥି ଭାବେ ଯୋଗଦେଇ କମ୍ବଳ ବଣ୍ଟନର ଶୁଭାରମ୍ଭ କରିଥିଲେ । ମିତ୍ରସଂଘ ଆବାହକ ଅନନ୍ତ ଶତପଥୀ ,ସମ୍ପାଦକ ତ୍ରିନାଥ ପାତ୍ରଙ୍କ ନେତୃତ୍ବରେ ରାଜିବ କୁମାର ମହାପାତ୍ର, ସରୋଜ ମହାନ୍ତି ,କପିଳେଶ୍ଵର ମହାପାତ୍ର, ମିଥୁନ ସାହୁ ,ଜଗଜିତ ବିଶୋଇ, ଅଜୟ ମହାନ୍ତି , ମାନସ ପ୍ରଧାନ, ବିକ୍ରମ ସେନାପତି,ଦୀପକ ପଟ୍ଟନାୟକ, ରତ୍ନାକର ପ୍ରଧାନ, ଗୋପୀନାଥ ପରିଡା ,ମନୋଜ ପ୍ରଧାନ, ହୃଷିକେଶ ମିଶ୍ର ପ୍ରମୁଖ ଶରଧାବାଲି ,ବସଷ୍ଟାଣ୍ଡ, ଷ୍ଟେସନ ବଜାର ,ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ମେଡିକାଲ ଛକ,ବଳିଆପଣ୍ଡା ଲେପ୍ରସି କଲୋନୀ ସମେତ ସହରର ବିଭିନ୍ନ ସ୍ଥାନରେ ଶୀତକାକରରେ ଥରୁଥିବା ଲୋକମାନଙ୍କୁ ମଙ୍ଗଳବାର ରାତିରେ କମ୍ବଳ ପ୍ରଦାନ କରିଥିଲେ । ସୁଧାଂଶୁ ଶେଖର କର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *