ମା ଜନସେବା କେନ୍ଦ୍ରପକ୍ଷରୁ ଜଗତସିଂହପୁର ମେଡିକାଲ ରେ ରନ୍ଧା ଖାଦ୍ୟ ବଣ୍ଟନ।

ରଘୁନାଥପୁର ତା ୫/୩——-ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଢଙ୍ଗ ଗ୍ରାମରେ ଥିବା ମା ଜନସେବା କେନ୍ଦ୍ରର ସମାଜସେବୀ ବିନୟକୁମାର ବିଶ୍ବାଳ ଓ ତାଙ୍କର କିଛି ସହଯୋଗୀ ମାନଙ୍କ ଦ୍ବାରା ହୋଲିଉପଲକ୍ଷେ ଜଗତସିଂହପୁର ମେଡିକାଲ ରେ ରନ୍ଧାଖାଦ୍ୟ ବଣ୍ଟନକରିଥିଲେ।ହୋଲିପାଇଁ ମେଡିକାଲ ପରିଷରରେ ଆହାର କେନ୍ଦ୍ର ବନ୍ଦରହିଥିବାରୁ ମେଡିକାଲ କୁ ଆସିଥିବା ରୋଗିମାନଙ୍କ ସମ୍ପର୍କୀୟମାନେ ଆହାର କେନ୍ଦ୍ରରେ ଖାଦ୍ୟନପାଇ ହଟହଟା କୁ ଅନୁଭବକରି ଏହି ସଂସ୍ଥା ପ୍ରାୟ ୫ଶହ ଲୋକଙ୍କପାଇଁ ରନ୍ଧାଖାଦ୍ୟ ବଣ୍ଟନକରିଥିବା ଜଣାଯାଇଛି।ଏହି ସଂସ୍ଥାର ମୁଖ୍ୟ ଶ୍ରୀ ବିଶ୍ବାଳ ଗଣମାଧ୍ୟମ କୁ କହିଛନ୍ତି ହୋଲିରେବି ପ୍ରତ୍ୟେକ ମେଡିକାଲ ରେ ପ୍ରତିଦିନ ପରି ରନ୍ଧାଖାଦ୍ୟ ପରିବେଷଣ କରାଗଲେ ବହୁଲୋକ ଉପକୃତ ହୋଇପାରିବେ।ତେବେ ଏହି ମହତ କାର୍ଯ୍ୟପାଇଁ ଅଞ୍ଚଳପକ୍ଷରୁ ମା ଜନସେବା କେନ୍ଦ୍ରକୁ ସାଧୁବାଦ ଦିଆଯାଇଛି।

Leave a Reply

Your email address will not be published. Required fields are marked *