ଅତିବଡ଼ୀ ଜଗନ୍ନାଥ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ସାମଗ୍ରୀ ବଣ୍ଟନ:

କପିଳେଶ୍ୱରପୁର, ପୁରୀ:ପୁରୀ ଜିଲ୍ଲା କପିଳେଶ୍ୱରପୁର ସ୍ଥିତ ପ୍ରସିଦ୍ଧ ଅତିବଡ଼ୀ ଜଗନ୍ନାଥ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଏକ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ଅଧ୍ୟୟନରତ ଆର୍ଥିକ ଅନଗ୍ରସର ଓ ହରିଜନ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରିମିୟମ ଇଣ୍ଡଷ୍ଟ୍ରି ପକ୍ଷରୁ ବହି, ଖାତା, ପେନ୍ ଓ ପେନସିଲ୍ ଭଳି ପାଠ୍ୟୋପକରଣ ବଣ୍ଟନ କରାଯାଇଛି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପ୍ରିମିୟମ ଇଣ୍ଡଷ୍ଟ୍ରିର ପ୍ରତିନିଧିମାନେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା ସାମଗ୍ରୀ ପାଇବା ପରେ ପିଲାମାନଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରିମିୟମ ଇଣ୍ଡଷ୍ଟ୍ରିର ଏଭଳି ସାମାଜିକ ଦାୟିତ୍ୱବୋଧତା କୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସ୍କୁଲ ର କମିଟି ମେମ୍ବର ମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *