ତ୍ରୀନେତ୍ର ଫାଉଣ୍ଡେସନ ପକ୍ଷ୍ୟରୁ ଖାଦ୍ୟ ଓ ଶୀତବସ୍ତ୍ର ବଣ୍ଟନ.
ତ୍ରୀନେତ୍ର ଫାଉଣ୍ଡେସନ ପକ୍ଷ୍ୟରୁ ଖାଦ୍ୟ ଓ ଶୀତବସ୍ତ୍ର ବଣ୍ଟନ.ବଡ଼ଚଣା: କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ତ୍ରୀନେତ୍ର ଫାଉଣ୍ଡେସନ ତରଫରୁ ଧନୁ ସଂକ୍ରାନ୍ତି ଅବସରରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ମନ୍ଦିର ରୁ ପ୍ରାୟ 3କିଲୋମିଟର ଦୂରରେ ଥିବା ଆଦିବାସୀ ଅଂଚଳ ର ବାଘୁଆ ବସ୍ତି ଏବଂ ମୁଲିଝର ବସ୍ତି ର ୨ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ପ୍ରାୟ ୬୦ଆଦିବାସୀ ପିଲାଙ୍କୁ ଶୀତବସ୍ତ୍ର ସହିତ ଖାଦ୍ୟ ପ୍ରଦାନ କରାଯାଇଛି ।ଏହି ସେବାକାର୍ଯ୍ୟ ରେ ତ୍ରୀନେତ୍ର ଫାଉଣ୍ଡେସନ ର ପ୍ରତିଷ୍ଠାତା ମନୋରଞ୍ଜନ ତରାଇ ଓ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ସରୋଜ ସାହୁ , ଓମ ପ୍ରକାଶ ମାଝୀ,ତ୍ରିଲୋଚନ ପରିଡ଼ା ,ବିକାଶ ପରିଡ଼ା, ପ୍ରସନ୍ନ କୁମାର ସାହୁ ,ପ୍ରତାପ ମହାନ୍ତି,ହିତେଶ ମହାନ୍ତି ନିଷ୍ଠା ଓ ଉତ୍ସାହର ସହ ଯୋଗଦାନ କରିଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳର ଛତିଆ ସମାଜ ସେବୀ ସଂଗଠନ ର ସୌମ୍ୟରଞ୍ଜନ ଏବଂ ରଞ୍ଜନ ସିଂ , ହୂର୍ଶିକେଶ ସେଠୀ, ପ୍ରଭଞ୍ଜନ ମହାରଣା ଙ୍କ ମୂଲ୍ୟବାନ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଫାଉଣ୍ଡେସନ ତରଫରୁ ଏହି ମହତ କାର୍ଯ୍ୟ ରେ ସହଯୋଗ କରିଥିବା ସମସ୍ତ ଶୁଭେଚ୍ଛୁ,ସହଯୋଗୀ ଓ ସହାନୁଭୂତିଶୀଳ ବ୍ୟକ୍ତିବିଶେଷଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇବା ସହିତ ଆଗାମୀ ଦିନରେ ଏହି ଭଳି ସେବାକର୍ଯ୍ୟ ଜାରିରଖିବାକୁ ଆଶା ପ୍ରକାଶ କରାଯାଇଛି।
