କାକଟପୁର ବ୍ଲକରେ ନବୀନ କାର୍ଡ ବିତରଣ

କାକଟପୁର,୦୭.୦୩- କାକଟପୁର ବ୍ଲକ ପରିସରରେ ଗୁରୁବାର ପୂର୍ବାହ୍ନରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ନବୀନ କାର୍ଡ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୁସ୍ଥ ଓଡିଶା ଶୁଖି ଓଡିଶା ଓ ପ୍ରତିଟି ଜୀବନ ମୂଲ୍ୟବାନ ବାର୍ତ୍ତା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନୁଆ ନବୀନ କାର୍ଡ ବିତରଣ କରାଯାଇଛି। ରାସନ୍ କାର୍ଡ ହିତାଧିକାରୀଙ୍କ ପରେ ଅନ୍ୟାନ୍ୟ ମଧ୍ୟବିତ୍ତ ପରିବାରର ଲୋକମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଅଛି। ପ୍ରତ୍ୟେକ ପରିବାରର ମହିଳା ମାନଙ୍କ ପାଇଁ ୧୦ଲକ୍ଷ ଓ ପୁରୁଷ ମାନଙ୍କ ପାଇଁ ୫ଲକ୍ଷ ଟଙ୍କାର ସୁନିଶ୍ଚିତ ମେଡ଼ିକାଲ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ବ୍ଲକରେ ପ୍ରାୟ ୨୭୦୦ ନୁଆ କାର୍ଡ କରିବାକୁ ଲକ୍ଷ୍ୟ ଥିବା ବେଳେ ଗୁରୁବାର ୧୬ଟି ପଞ୍ଚାୟତର ୭୮୫ଜଣ ହିତାଧିକାରୀଙ୍କ ପାଈଁ କାର୍ଡ ପ୍ରଦାନ କରାଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିତରଣ ଉତ୍ସବରେ ଅତିଥି ଭାବେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ବ୍ଳକ ଅଧକ୍ଷ ଶ୍ରୀଧର ନାୟକ ଓ ଜିଲ୍ଲା ପରିଷଦ ସଭ୍ୟ ସଂଯୁକ୍ତା ଦିକ୍ଷୀତ ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ନବୀନ ସ୍ଵାସ୍ଥ୍ୟ କାର୍ଡ ବିତରଣ କରିଥିଲେ।

Leave a Reply

Your email address will not be published. Required fields are marked *