*ସ୍ଵର୍ଗଦ୍ଵାର ସେବକମାନଙ୍କୁ ନୂତନ ପୋଷାକ ବଣ୍ଟନ*
ପୁରୀ-୩୦/୭ -ସ୍ଵର୍ଗଦ୍ୱାର ସେବା କାର୍ଯରେ ନିୟୋଜିତ ସେବକମାନଙ୍କୁ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ନୂତନ ପୋଷାକ ବଣ୍ଟନ କରାଯାଇଛି । ସ୍ଵର୍ଗଦ୍ଵାର ଠାରେ ସେବା ଯୋଗାଉଥିବା ସଂସ୍କାର ସେବକ ,ପରିମଳ ସେବକ ,ସୁରକ୍ଷା ସେବକ,କନିଷ୍ଠ ସେବକ ତଥା ସହାୟକ ସେବକ ମାନଙ୍କୁ ସ୍ଵତ୍ୱନ୍ତ୍ର ପରିଧାନ ଓ ମାସ୍କ ବଣ୍ଟାଯାଇଛି। ସ୍ଵର୍ଗଦ୍ଵାର ସେବା ସମିତିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା , ସେବାସମିତିର ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତରଣ ସାହୁ,ସମିତି କାର୍ଯ୍ୟକାରୀ ସଦସ୍ୟ ସିଦ୍ଧାର୍ଥ ରାୟ ପ୍ରମୁଖ ଉପସ୍ଥିତ ରହି ଏହି ପୋଷାକ ବଣ୍ଟନ କରିଥିଲେ।ଏହି ଅବସରରେ ଜିଲ୍ଲା ପାଳ ସମର୍ଥ ବର୍ମା ସ୍ଵର୍ଗଦ୍ଵାରରେ ନିର୍ମାଣାଧୀନ କାର୍ଯ୍ୟର ସମୀକ୍ଷା କରିବା ସହିତ ପ୍ରଶାସନିକ କୋଠା, ଶୌଚାଳୟ, ପ୍ରତୀକ୍ଷା ଗୃହ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବା ପାଇଁ ଓଡିଶା ସେତୁ ନିର୍ମାଣ ନିଗମକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପୋଷାକ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଵର୍ଗଦ୍ଵାର ମୁଖ୍ୟ ସେବକ ସୁଜିତ୍ ମହାନ୍ତି,କନିଷ୍ଠ ସେବକ ଶିବ ସୁନ୍ଦର ଦାସ, ସନ୍ତୋଷ ମହାନ୍ତି, ବ୍ରଜ କିଶୋର ସାହୁ ପ୍ରମୁଖ ପରିଚାଳନା କରିଥିଲେ।
