ଝାଡ଼ବନ୍ଧ ବିଦ୍ୟାଳୟରେ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବଣ୍ଟନ

ଧରାକୋଟ,18/4/25 ବିଦ୍ୟାଳୟ ଗୁଡିକରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପୌଷ୍ଟିକ ଆହାର ଯୋଗାଇ ଦେବା ଉଦ୍ଦେଶ୍ୟରେ ସେମାନଙ୍କ ମଧ୍ୟାହ୍ନଭୋଜନରେ ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ରାଜ୍ୟ ସରକାରଙ୍କ ତରଫରୁ ପୋଷଣ ଯୁକ୍ତ ମାଣ୍ଡିଆ ଲଡୁ ଦେବାର ବ୍ୟବସ୍ଥା କରାଯାଇଛି I ଏହି ମାଣ୍ଡିଆ ଲଡ଼ୁକୁ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ସହାୟିକା ମାନେ ପ୍ରସ୍ତୁତ କରୁଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଆଜି ଧରାକୋଟ ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବଣ୍ଟନ କରାଯାଇଛି I ମାଣ୍ଡିଆ ଲଡ଼ୁ ଗୁଡିକ ଉତ୍ତମ ମାନର ଏବଂ ସ୍ଵାଦିଷ୍ଟ ହୋଇଥିବାରୁ ଏହାକୁ ଖାଇ ଛାତ୍ରଛାତ୍ରୀ ଖୁସି ପ୍ରକଟ କରିଛନ୍ତି I ଆଜି ଝାଡ଼ବନ୍ଧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବଣ୍ଟନ ସମୟରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୁକ୍ରୁ ବେହେରା, ସ୍ଥାନୀୟ ସିଆରସିସି ଶ୍ରୀକାନ୍ତ ନାୟକ, ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ବିଷୋୟୀ ଉପସ୍ଥିତ ଥିବା ବେଳେ ଶିକ୍ଷକ ତ୍ରିନାଥ ବେହେରା, ଭଗବାନ ବେହେରା, ସନ୍ତୋଷ କୁମାର ଭୋଳ,ମଦନ ସୁନ୍ଦର୍ ସେଠୀ ଏବଂ କରମାନନ୍ଦ ନାଇକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *