ନୂଆବର୍ଷ -୨୦୨୬ ପାଳନ ଉପଲକ୍ଷେ ସାବଧାନତା ଓ ପ୍ରତିଷେଧକ ନିୟମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା l

ଖୋର୍ଦ୍ଧା ତା 31.12.2025ରିଖ: ଇଂରାଜୀ ନବ ବର୍ଷ -୨୦୨୬ ଆଜି ରାତି ବାରଟା ପରଠାରୁ ଆସନ୍ତା କାଲି ତା ୦୧.୦୧.୨୦୨୬ ରିଖ ସମଗ୍ର ଜିଲ୍ଲାରେ ପାଳନ ଉପଲକ୍ଷେ ଲୋକ ମାନେ ବଣଭୋଜି କରିବା, ବିଭିନ୍ନ ସ୍ଥାନକୁ ବୁଲିଯିବା ଆଦି କାର୍ଯ୍ୟକ୍ରମକୁ ତଥା ଲୋକଙ୍କ ଧନ ଜୀବନ ସୁରକ୍ଷା କୁ ଆଖି ଆଗରେ ରଖି ଜିଲ୍ଲା ପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଅଭାଷିରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ ଏବଂ ସମସ୍ତ ବି ଡି ଓ ଏବଂ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ମାନଙ୍କ ସହ ସାବଧାନତା ଓ ପ୍ରତିଷେଧକ ମୂଳକ ବ୍ୟବସ୍ଥା ସମ୍ଵନ୍ଧରେ ବୈଠକ ନେଇ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସେମାନଙ୍କ ଅଧୀନ ସେବା ଲୋକମାନଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଯଥା ନଦୀ ଘାଟ, ମନ୍ଦିର, ଝରଣା, ଜଳପ୍ରପାତ ଗୁଡିକରେ ଆଜି ଏବଂ ଆସନ୍ତା କାଲି ନିମନ୍ତେ ଉକ୍ତ ସ୍ଥାନ ମାନଙ୍କରେ ସ୍ବଚ୍ଛତା ଓ ସୁସ୍ଥ ପରିମଳ ବଜାୟ ରଖିବାକୁ ସମସ୍ତ ବି ଡି ଓ ନିଜନିଜ ଅଧୀନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ସ୍ବଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଆବଶ୍ୟକତା ଅନୁଯାୟୀ ଅଧିକ ପୋଲିସ ମୃତୟନ କରି ଶିଶୁ ଓ ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ଟ୍ରାଫିକ ନିୟନ୍ତ୍ରଣ କରିବା, ବିଭିନ୍ନ ମନ୍ଦିର ଓ ଜନଗହଳି ପୂର୍ଣ୍ଣ ତୀର୍ଥ ସ୍ଥାନ ଓ ଗହଳି ସ୍ଥାନ ମାନଙ୍କରେ ସ୍ଥାନୀୟ କମିଟି ମାନଙ୍କ ସହ ସମନ୍ୱୟ ରକ୍ଷା କରି ସେଗୁଡିକୁ ସୁଚାରୁରୂପେ ପରିଚାଳନା କରିବା, ସାମାଜିକ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ତଥା ସି ସି ଟି ଭି ଲଗାଇବା ଆଦି କାର୍ଯ୍ୟ ନିର୍ବାହ କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି l ସେହିପରି ବେଆଇନ ଭାବେ ମଦ ଓ ମାଦକ ଦ୍ରବ୍ୟ ସର୍ବ ସାଧାରଣ ସ୍ଥାନରେ ବିକ୍ରି ଓ ବ୍ୟବହାରକୁ ବନ୍ଦ କରାଯାଇଛି l ବିଭିନ୍ନ ଜନଗହଳି ତୀର୍ଥ ଓ ପର୍ଯ୍ୟଟନ ସ୍ଥଳୀ ରେ ପ୍ରାଥମିକ ଚିକିତ୍ସା ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ସଂପୃକ୍ତ ଅଧିକାରୀ ମାନେ ଦାୟିତ୍ବ ସମ୍ପାଦନ ନିମନ୍ତେ ନିର୍ଦେଶ ଦିଆଯାଇଛି l ଜଳ ପ୍ରପାତ ସ୍ଥାନ ମାନଙ୍କରେ ଅଗ୍ନିଶମ ସେବା ଅଧିକାରୀ ଓ କର୍ମଚାରୀ ଯେ କୌଣସି ଅଘଟଣ ରୋକିବାକୁ ସଜାଗ ରହିବାକୁ କୁହାଯାଇଛି l ସାଗର ମିତ୍ର ଓ ଜୀବନ ରକ୍ଷା କାରୀ ଗାର୍ଡ ମାନଙ୍କୁ ଜଳ ପ୍ରପାତ ଥିବା ପିକ୍ନିକ ସ୍ଥାନରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l ସେହିପରି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସାମାଜିକ ସେବା ସ୍ୱେତ୍ସା ସେବୀ ଆପଦ ମିତ୍ରଙ୍କୁ ନିୟୋଜିତ କରାଯାଇଛି l ଯାନବାହନ ରହଣି ସ୍ଥଳୀ ନିର୍ଦ୍ଧାରଣ ପାଇଁ ତହସିଲଦାର ମାନେ ଜାଗା ନିରୂପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଭୁବନେଶ୍ୱର ରାଜଧାନୀ ରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ତଦାରଖ କରିବାକୁ ଉପ ଜିଲ୍ଲାପାଳ, ଭୁବନେଶ୍ୱର ଏବଂ ବରକୁଳ ପୋଲିସ ସହାୟତା କେନ୍ଦ୍ର ନିକଟରେ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ତଦାରଖ କରିବାକୁ ବାଲୁଗାଁ ଓ ଚିଲିକା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ସର୍ବୋପରି ନୂତନ ବର୍ଷ ପାଳନରେ ସମସ୍ତ ଜନସାଧାରଣ ସାଙ୍ଗରେ ଆଣିଥିବା ମହିଳା, ଛୋଟ ପିଲା, ବୃଦ୍ଧ ବୃଦ୍ଧା ସମସ୍ତଙ୍କ ଯତ୍ନ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି l ଆଜିର ବୈଠକରେ ଆଭାଶିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ,ଉପଜିଲ୍ଲାପାଳ ଭୁବନେଶ୍ୱର ଡ ମନୋରଞ୍ଜନ ସାହୁ, ଡେପୁଟୀ କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର,ସମସ୍ତ ବିଡିଓ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *