ପୁରୀ ମହୋତ୍ସବ ପାଇଁ ଜିଲ୍ଲାପ୍ରଶାସନ ଦ୍ଵାରା ସମନ୍ବୟ ବୈଠକ ଅନୁଷ୍ଠିତ

ପୁରୀ ୧୬/୧୨ଶ୍ରୀକ୍ଷେତ୍ରରେ ବିକାଶ ମଂଚ ପକ୍ଷରୁ ପୁରୀ ରେ ହେବାକୁ ଯାଉଛି ୨ ଦିନିଆ ପୁରୀ ମହୋତ୍ସବ।ଶ୍ରୀକ୍ଷେତ୍ର ପୁରୀ ରେ ଥିବା ପାରମ୍ପରିକ ଓ ସାଂକୃତିକ ଭାବଧାରାକୁ ଆନ୍ତର୍ଜାତୀୟ ସ୍ତରରେ ପହଁଞ୍ଚାଇବା ସହିତ ଲୋକାଭିମୁଖି କରିବା ପାଇଁ ଚଳିତ ମାସ ୨୦ ଓ ୨୧ ତାରିଖ ସମୁଦ୍ର ବେଳାଭୂମିରେ ହେବାକୁ ଯାଉଚି ପୁରୀ ମହୋତ୍ସବ।ଶ୍ରୀକ୍ଷେତ୍ର ବିକାଶ ମଂଚ ପକ୍ଷରୁ ପୁରୀ ରେ ଥିବା ଜାଗା, ଆଖଡା, ତୋଟା, ମଠ ଓ ମନ୍ଦିର ମାନଙ୍କରେ ଚାଲିଥିବା ସାଂସ୍କୃତିକ,ପାରମ୍ପରିକ ଓ ସମରକଳା କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆଗକୁ ନେବା ପାଇଁ ଏହା ଏକ ପଦକ୍ଷପ ।ପୁରୀ କୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରିବା ପାଇଁ ସମୁଦ୍ର କୂଳରେ ବିଭିନ୍ନ ଲାଇଫ ସେଭ ଖେଳ, ଓ ପାରମ୍ପରିକ ନୃତ୍ୟ କୁ ଏହି ମଂଚ ମାଧ୍ୟମରେ ପ୍ରଦର୍ଶନ କରିବା ସହିତ ମୁମ୍ବାଇ ରୁ ଇଣ୍ଡିଆନ୍ ଆଇଡଲରେ ଯୋଗ ଦେଇଥିବା ୩ କଣ କଳାକାର ମଧ୍ୟ ସଙ୍ଗୀତ ପରିବେଷଣ କରିବେ ବୋଲି ଆୟୋଜକ ସୂଚନା ଦେଇଛନ୍ତି।

ଏହି କାଯ୍ଯକ୍ରମ କୁ ଶାନ୍ତି ଶୃଙ୍ଖଳା ସହିତ ସମ୍ପର୍ଣ୍ଣ ପାଇଁ ସର୍କିଟ ହାଉସ ଠାରେ ଅତିରିକ୍ତ ଜିଲ୍ଲପାଳ ପ୍ରୋଟୋକଲ ନିଳମାଧବ ଭୋଇ ଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଥିଲା।ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ଆଇନ ଶୃଙ୍ଖଳା ରକ୍ଷା, ଭିଡ ନିୟନ୍ତ୍ରଣ, ପାନୀୟ ଜଳ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା, ସ୍ବଛତା ଓ ସୁସ୍ଥ ପରିବେଶ ସମ୍ପର୍କରେ ଆଲୋଚନା କରାଯିବା ସହ ବିଭିନ୍ନ ବିଭାଗ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।ଏହି ବୈଠକରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ,ଅଗ୍ନିଶମ ଅଧିକାରୀ ପ୍ରଭାତ କୁମାର ରାଉତ,ପୌର ପରିଷଦ ର ଏନଫୋର୍ସମେଣ୍ଟ ଅଧିକାରୀ ସୌମ୍ୟ ରଞ୍ଜନ ବେହେରା,ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

ଶ୍ରୀକ୍ଷେତ୍ର ବିକାଶ ମଂଚ ର ସଭାପତି ବିନୋଦ ପଣ୍ଡା ସମସ୍ତଙ୍କୁ ସ୍ବାଗତ କରିବା ସହ ମହୋତ୍ସବ ର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରବି ଶଙ୍କର ପ୍ରତିହାରୀ, କୃଷ୍ଣ ଚନ୍ଦ୍ର ପଣ୍ଡା, ରବିନାରାୟଣ ସେନାପତି, ପ୍ରଫୁଲ୍ଲ କୁମାର ସାମନ୍ତରାୟ,ସମ୍ପାଦକ ଲକ୍ଷ୍ମୀନାରାୟଣ ପୁଷ୍ଟି, ରମେଶ ଚନ୍ଦ୍ର ଦାସ, କେଶବ ଚନ୍ଦ୍ର ସାହୁ, ସୁରେନ୍ଦ୍ର ନାୟକ, ଉପସ୍ଥିତ ରହି କାର୍ଯ୍ୟକ୍ରମକୁ କିପରି ସରସ ସୁନ୍ଦର କରାଯାଇ ପାରିବ ସେ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ। ଆବାହକ କୃଷ୍ଣଚନ୍ଦ୍ର ପଣ୍ଡା ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *