ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ଜିଲ୍ଲା ପ୍ରଶାସନ ବିଜୟୀ।
ପୁରୀ ୨୬/୧ ପୁରୀ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ଅବସରର ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରି ଗଣମାଧ୍ୟମ ଏକାଦଶ ୮ ୱ୍ବିକେଟ ହରାଇ ୭୧ ରନ କରିଥିବା ବେଳେ ପ୍ରଶାସନ ଏକାଦଶ ୩ ୱ୍ବିକେଟ ହରାଇ ୭୨ ରନ କରି ବିଜୟୀ ହୋଇଥିଲା।ପ୍ରଶାସନ ଏକାଦଶର ଅଧିନାୟକ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ୨୨ ରନ କରି ବିଜୟ ର ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିବାରୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ।ପ୍ରଶାସନ ଏକାଦଶ ର ସୁକାନ୍ତ ପ୍ରଧାନ ୪୨ ରନ କରି ଶ୍ରେଷ୍ଠ ବ୍ୟାଟସ

ମ୍ୟାନ ଓ ପ୍ରଶାସନ ଏକାଦଶ ପକ୍ଷରୁ ଲକ୍ଷ୍ମୀଧର ଦାସ ୧୨ ରନ ଦେଇ ୩ ଟି ଉଇକେଟ ନେଇ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଭୋଇ ବିଜେତା ଟ୍ରଫି ଓ ଗଣମାଧ୍ୟମ ଏକାଦଶ ପକ୍ଷରୁ ଅକ୍ଷୟ ମିଶ୍ର ରନର୍ସ ଅପ ଟ୍ରଫି ଗ୍ରହଣ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଉପଜିଲ୍ଲାପାଳ ରାଜ କିଶୋର ଜେନା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ,କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଅନ୍ୟାନ୍ୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
