ଭଦ୍ରକରେ ସଡ଼କ ସୁରକ୍ଷା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଲାଇନ୍ ବିଭାଗମାନଙ୍କ ସମୀକ୍ଷା ବୈଠକ

ଲୋକମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ପ୍ରତି ସଚେତନତାକୁ ଅଧିକ ମାତ୍ରାରେ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ**ଭଦ୍ରକ, ତାରିଖ: ୨୪/୧୨/୨୦୨୫……ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ ଓ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳକଂ କାର୍ଯାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ଏହି ବୈଠକରେ ପୋଲିସ, ପରିବହନ, ଗ୍ରାମୀଣ ଉନ୍ନୟନ, କାର୍ଯ୍ୟନିର୍ବାହୀ ଯାନ୍ତ୍ରିକ (R&B), ସ୍ୱାସ୍ଥ୍ୟ, ଟ୍ରକ୍ ଓ ବସ୍ ମାଲିକ ସଂଘର ସଭାପତି ଓ ଅନ୍ୟାନ୍ୟ ସମ୍ପୃକ୍ତ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ଜିଲ୍ଲାପାଳ ମହୋଦୟ ସଡ଼କ ଦୁର୍ଘଟଣା ପ୍ରବଣ ସ୍ଥାନ (Black Spots) ଚିହ୍ନଟ, ସାଇନେଜ୍ ଓ ରୋଡ୍ ମାର୍କିଂ ସୁଧାର, ଗତି ନିୟନ୍ତ୍ରଣ, ହେଲମେଟ୍ ଓ ସିଟ୍‌ବେଲ୍ଟ ବ୍ୟବହାର ନିଶ୍ଚିତକରଣ, ମଦ୍ୟପାନ କରି ଯାନଚାଳନା ବିରୋଧରେ କଠୋର ପଦକ୍ଷେପ ନେବା ସହିତ ଜନସଚେତନତା କାର୍ଯ୍ୟକ୍ରମକୁ ଅଧିକ ଗତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ସବ୍‌କଲେକ୍ଟର ଶ୍ରୀ ସୌରଭ ଚକ୍ରବର୍ତ୍ତୀ ଓ ଉପ-ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅନ୍ଶୁମାନ ଦ୍ୱିବେଦୀ ଉପସ୍ଥିତ ରହି ଜିଲ୍ଲାରେ ସଡ଼କ ଦୁର୍ଘଟଣାଜନିତ ମୃତ‍୍ୟୁକୁ ରୋକିବା ପାଇଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେବା ଉପରେ ଆଲୋକପାତ କରିଥିଲେ।ବୈଠକରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ସଡ଼କ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟାନ୍ବୟନ କରିବା ପାଇଁ ସମ୍ମତି ପ୍ରକାଶ ପାଇଥିଲା।⸻— ଉପଖଣ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଭଦ୍ରକ l

Leave a Reply

Your email address will not be published. Required fields are marked *