ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଭିଏଚପି ର ଗଣଧାରଣା

ଭଦ୍ରକ ର ଐତିହାସିକ ଶ୍ରୀରାମ ନବମୀ ଶୋଭାଯାତ୍ରା ଉପରେ ଟେକା ପଥର ମାଡ କରିଥିବା ଅଭିଯୋଗ ରେ ଜିଲ୍ଲା ପୋଲିସ ପ୍ରଶାସନ କେତେକ ନିରୀହ ଛାତ୍ର ଙ୍କୁ ରାତି ଅଧରେ ଉଠାଇ ଆଣିଛି। ଏହି ଘଟଣାର ପ୍ରତିବାଦ କରି ବିଶ୍ବ ହିନ୍ଦୁପରିଷଦ, ଧର୍ମ ରକ୍ଷା ସମିତି ଓ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଗଣଧାରଣା ଦିଆଯାଇଛି। ଗତ ୧୭ ତାରିଖ ଦିନ ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ବିଶାଳ ନଗର ଯାତ୍ରା ସମୟ ରେ କେତେକ ଅସାମାଜିକ ଲୋକ ଟେକା ପଥର ମାଡ କରିଥିଲେ ଘଟଣା ରେ ବିଶ୍ବ ହିନ୍ଦୁପରିଷଦ ପକ୍ଷରୁ ଦୋଷୀ ମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେଇଥିଲେ ତେବେ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କେତେକ ଛାତ୍ର ଙ୍କୁ ଉଠାଇ ଆଣି ଘଟଣା କୁ ଚପାଇ ଦେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ପରିଷଦ ର କର୍ମ କର୍ତ୍ତା ମାନେ ଅଭିଯୋଗ କରିଛନ୍ତି ପ୍ରକୃତ ଦୋଷୀ କୁ ପୁଲିସ ଠାବ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଶ୍ବ ହିନ୍ଦୁପରିଷଦ ବଜରଙ୍ଗ ଦଳ ଓ ଧର୍ମ ସୁରକ୍ଷା ସମିତି ପକ୍ଷରୁ ଦାବି କରାଯାଇଛି । ପୁଲିସ ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି କିମ୍ବା ଶାନ୍ତି କମିଟି ଡାକି ଭଦ୍ରକ ରେ ଶାନ୍ତି ଫେରାଇ ନ ଆଣନ୍ତି ତାହା ହେଲେ ଆଗାମୀ ଦିନ ରେ ଭଦ୍ରକ ବନ୍ଦ ଡାକରା ଦିଆଯିବ ବୋଲି ବିଶ୍ବ ହିନ୍ଦୁପରିଷଦ ର ପ୍ରାନ୍ତ ପ୍ରଚାରକ ପ୍ରମୁଖ ମାନସ ମହାନ୍ତି ,ଚେତାବନୀ ଦେଇଛନ୍ତି, ।ଧାରଣା ର ଏକ ପ୍ରତିନିଧିଦଳ ଜିଲ୍ଲାପାଳ ଙ୍କୁ ଏହି ମର୍ମ ରେ ଏକ ଦାବିପତ୍ର ଦେଇଛନ୍ତି। ଅନୁଷ୍ଠିତ ଗଣଧାରଣା ରେ ମଧୁସ୍ମିତା ମହାପାତ୍ର, କ୍ଷୀତୀଶ ରାଉତ ସିପ୍ରା ରାଉତ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

Leave a Reply

Your email address will not be published. Required fields are marked *