ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣଙ୍କୁ ତାଙ୍କରି ଫୋଟୋ ଦେଇ ନିଆରା ଢଙ୍ଗରେ ସ୍ବାଗତ ।

ଫୁଲବାଣୀ, ୦୧/୭ /୨୦୨୫ ଫୁଲବାଣୀ କନ୍ଧମାଳ ଜିଲ୍ଲାର ନୁତନ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣଙ୍କୁ ନିଜସ୍ବ ଅଭିନବ ଢଙ୍ଗରେ ସ୍ବାଗତ ଜଣାଇଲେ ଫୁଲବାଣୀ ର ଚିତ୍ରକର ପ୍ରସାଦ ସୋନୁ ନିଜ ହାତରେ ଜିଲ୍ଲାପାଳଙ୍କ ପ୍ରତିଛବି ତିଆରି କରି ନୁତନ ଜିଲ୍ଲାପାଳ ଭାବେ ଗତ ସୋମବାର ଦିନ ଯୋଗ ଦେଇଥିବା ଜିଲ୍ଲାପାଳଙ୍କୁ ଦେଇ ତାଙ୍କୁ ସ୍ବାଗତ ଜଣ।ଇଥିଲେ । ଏହି ଅବସରରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ସମାଜସେବୀ ମାନେ ଔପଚାରିକ ସାକ୍ଷାତ କରି ପୁଷ୍ପଗୁଛ ଦେଇ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲ । ଏହି ଅବସରରେ ଜିଳ୍ଲାପାଳ ତାଙ୍କୁ ସାଧୁବାଦ ଜଣାଇବା ସହ ଆଗକୁ ଶିକ୍ଷା ଓ ଚିତ୍ର କଳା ଦିଗରେ କଣ ଲକ୍ଷ ରହିଛି ବୋଲି ଜିଜ୍ଞାସା କରିବା ସହିତ ପାଠପଢା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ପରାମର୍ଶ ଦେଇଥିଲେ। ଏଥି ପୁର୍ବରୁ ପ୍ରସାଦ, । ଜିଲ୍ଲାପାଳ ବୃନ୍ଦା. ଡି, ଆଶିଷ ଈଶ୍ୱର ପାଟିଲ ଅମୃତ ରୁତୁରାଜଙ୍କୁ ମଧ୍ୟ ତାଙ୍କର ଚିତ୍ର ଉପହାର ଦେଇ ସ୍ବାଗତ କରିଥିଲେ ।ସେମାନେ ମଧ୍ୟ ପ୍ରସାଦଙ୍କ ଉଜ୍ବଳ ଭବିଷ୍ଯତର କାମନା କରିବା ସହିତ ଶୁଭକାମନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *