ଖଜୁରୀପଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ଉନୟନ ମୂଳକ କାର୍ଯ୍ୟ ବୁଲି ଦେଖିଲେ ଜିଲ୍ଲାପାଳ l

ଫୁଲବାଣୀ:ନିପ୍ର:-୧୬/୦୮ କନ୍ଧମାଳ ଜିଲ୍ଲାରେ ନୂତନ ଭାବେ ଜିଲ୍ଲାପାଳ ବେଦ ଭୂଷଣ ଯୋଗଦାନ କଲାପରେ ପ୍ରତିଦିନ ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତ କରି ସରକାରଙ୍କ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ବୁଲି ଦେଖୁଥିବା ବେଳେ ପ୍ରତେକ ଅଞ୍ଚଳର ସ୍ଥିତି ପାରଖୁଥିବା ଦେଖିବାକୁ ମିଳୁଛି l ସେହିଭଳି ଶୁକ୍ରବାର ଦିନ ଖଜୁରୀପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତ କୁ ଗସ୍ତ କରି ବିଦ୍ୟାଳୟ ଗୁଡ଼ିକ ବୁଲି ଦେଖିଥିବା ବେଳେ ଅନେକ ଉନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ଦେଖିଛନ୍ତି l ଜିଲ୍ଲାପାଳ ଶ୍ରୀ ଭୂଷଣ ଶୁକ୍ରବାର ଦିନ ଆର,ନୂଆଗାଁ ପଞ୍ଚାୟତର କଳିଙ୍ଗ ଆଦର୍ଶ ବିଦ୍ୟାଳୟକୁ ପ୍ରଥମେ ଦେଖିଥିବା ବେଳେ ରଣପାଟୁଳି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଦେଖିବାକୁ ଯାଇଥିଲେ ଛାତ୍ରଛାତ୍ରୀ ଙ୍କ ଶ୍ରେଣୀ ଗୃହକୁ ଯାଇ ସେମାନଙ୍କୁ ଶିକ୍ଷା ଉପରେ ବିଭିନ୍ନ ଦିଗଦର୍ଶନ ଦେଇଥିଲେ l ବିଦ୍ୟାଳୟର ସ୍ଥିତି ପରଖିଥିଲେ ଏହାପରେ ଦୁତିପଡ଼ା ପଞ୍ଚାୟତର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପହଞ୍ଚି ବୁଲି ଦେଖିଥିଲେ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ l

ସେଠାରୁ ଦୁତିମେଣ୍ଡି ପଞ୍ଚାୟତର ପ୍ରେମଝରୀ ଗ୍ରାମରେ ମିଶନ ଶକ୍ତି ର ମାଁ ତାରାତାରିଣୀ ସ୍ୱୟଂ ସହାୟକ ଗୋଷ୍ଟି ଦ୍ୱରା କ୍ଲୋଷ୍ଟର ଆପ୍ରଚ ଲୋକଷ୍ଟ ସୋଲାର ଫିନିସିଂ ମଡେଲ ମୋ ବଗିଚା ଚାଷ କୁ ଦେଖିଥିଲେ l ଏହାପରେ ସମ୍ବେପଦର ଠାରେ ଜନଜାତି ଗୋଷ୍ଠିକେନ୍ଦ୍ର ଗୃହକୁ ପରିଦର୍ଶନ କରିଥିଲେ ଏବଂ ଜନଜାତି ଗୋଷ୍ଠିକେନ୍ଦ୍ର କମିଟି ସଦସ୍ୟ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଜିଲ୍ଲାପାଳ ଙ୍କ ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଫୁଲବାଣୀ ପିଏ ଆଇଟି ଡିଏ ଗଦାଧର ପାତ୍ର, ଯନ୍ତ୍ରୀ ଛୋଟରାୟ ମାଝୀ,ପ୍ରଜେକ୍ଟ ମେନେଜର ଟି ମୁରଲୀ ମୋହନ,ଖଜୁରୀପଡ଼ା ବ୍ଲକ ବିଡ଼ିଓ ଶୁଭ ଦତ୍ତାତ୍ରୟ ବାହିନୀପତି,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାଜେଶ ମୁର୍ମୁ ଓ ଓଡିଶା ଜୀବିକା ମିଶନ ଅଧିକାରୀ ସନାତନ ମଲିକ ପ୍ରମୁଖ ସାମିଲ ହୋଇଥିଲେ l ଜିଲ୍ଲାପାଳଙ୍କ ଏଭଳି ବିଭିନ୍ନ ଅଞ୍ଚଳର ସରକାରୀ ଉନୟନ ମୂଳକ ପରିଦର୍ଶନ କାର୍ଯ୍ୟକ୍ରମ ସମସ୍ତ ବିଭାଗର ଅଧିକାରୀ ମାନଙ୍କ ପାଇଁ ପ୍ରେରଣା କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଭିଭିନ୍ନ ମହାଲରୁ ଶୁଣିବାକୁ ମିଳିଛି l

Leave a Reply

Your email address will not be published. Required fields are marked *