ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ*

ଭଦ୍ରକ: ୨୪.୧୧.୨୦୨୫ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ତିହିଡି ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ଦିଲିପ ରାଉତରାଏ, ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଶୁଭେନ୍ଦ୍ର ସାମଲ, ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଧିରଞ୍ଜନ ନାୟକ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର ଜ୍ଞାନ ରଞ୍ଜନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତିହିଡି, ତହସିଲଦାର ତିହିଡି ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ

ନେଇଥିଲେ। ଆଜିର ଜନଶୁଣାଣୀ ଶିବିରରେ ମୋଟ ୧୨୪ ଆବେଦନ ପତ୍ର ଦାଖଲ ହୋଇଥିଲା । ସେଥିରୁ ୧୦୬ ଟି ବ୍ୟକ୍ତିଗତ ଥିଲାବେଳେ , ୧୮ ଟି ସାମୁହିକ ଥିଲା। ୨୬ ଟି ର ସମାଧାନ ତତକ୍ଷଣାତ୍ ହୋଇଥିଲା । ଆଜିର ଜନଶୁଣାଣୀ ରେ ମୁଖ୍ୟତଃ ଚାଷୀ ପଞ୍ଜୀକରଣ, ମଧୁବାବୁ ପେନସନ, ପି ଏମ ଆବାସ ଯୋଜନା ରେ ଗୃହ ବଣ୍ଟନ, ଜମିଜମା ସଂପର୍କିତ, ସରକାରୀ ଜମିରେ ବସବାସ କରୁଥିବା ଲୋକଙ୍କୁ ଉଚ୍ଛେଦ ବଦଳରେ ଜମି/ଗୃହ ଆବଣ୍ଟନ ଅଭିଯୋଗ ଦରଖାସ୍ତ ହସ୍ତଗତ ହୋଇଥିଲା ।

Leave a Reply

Your email address will not be published. Required fields are marked *