ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ

ଭଦ୍ରକ ୨୨.୦୯.୨୦୨୫ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ଦିଲିପ ରାଉତରାଏ, ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ୍ତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଧନାଇ ଚରଣ ଟୁଡୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଭଦ୍ରକ ରଶ୍ମିରଞ୍ଜନ ମଲ୍ଲିକ ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ।

ଆଜିର ଜନଶୁଣାଣୀ ଶିବିରରେ ମୋଟ ୯୦ ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥିରୁ ୭୦ ଟି ବ୍ୟକ୍ତିଗତ ଥିଲାବେଳେ , ୨୦ ଟି ସାମୁହିକ ଥିଲା। ୨୬ ଟି ର ସମାଧାନ ସଙ୍ଗେ ସଙ୍ଗେ ହୋଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୪ ଜଣଙ୍କୁ ଓ ରେଡକ୍ରସ ରୁ ୪ ଜଣଙ୍କୁ ମୋଟ ୭୫,୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା। ଆଜିର ଜନଶୁଣାଣୀ ରେ ମୁଖ୍ୟତଃ ରେସନ କାର୍ଡ, ମଧୁବାବୁ ପେନସନ, ପି ଏମ ଆବାସ ଯୋଜନା ରେ ଗୃହ ବଣ୍ଟନ, ଜମିଜମା ସଂପର୍କିତ ଅଭିଯୋଗ ଦାଖଲ ହୋଇଥିଲା ।

Leave a Reply

Your email address will not be published. Required fields are marked *