ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନ ବିଭାଗ ଛାତ୍ର ଛାତ୍ରୀ ଙ୍କ ସହ ଜିଲ୍ଲାପାଳ ଙ୍କ ଦାର୍ଶନିକ ଭାବ ବିନିମୟ

ଜଗତସିଂହପୁର, ତା ୧୩/୦୯/୨୫: ଆଜି ପୂର୍ବାହ୍ନ ରେ ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ୩୪ ନମ୍ବର କକ୍ଷରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଓ ଦର୍ଶନ ବିଭାଗ ଛାତ୍ର ଛାତ୍ରୀ ମାନଙ୍କର ଏକ ଦାର୍ଶନିକ ଭାବ ବିନିମୟ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସୋନାଲ ଯୋଗଦେଇ ପାଶ୍ଚାତ୍ୟ ଓ ଭାରତୀୟ ଦର୍ଶନ ମଧ୍ୟରେ ଥିବା ସମନ୍ଵୟ କୁ ଛାତ୍ରଛାତ୍ରୀ ମାନଙ୍କୁ ଖୁବ୍ ସୁଗମ ଭାବେ ବୁଝାଇଥିଲେ। ତାଙ୍କର ବକ୍ତବ୍ୟ ମଧ୍ୟରେ ସେ ଶଙ୍କରାଚାର୍ଯ୍ୟ ଙ୍କ ଅଦ୍ୱୈତ ବେଦାନ୍ତ , ଅଭିନବ ଗୁପ୍ତ ଙ୍କ ର ନେତିବାଦ ଓ ନାଗାର୍ଜୁନ ଙ୍କ ର ଦାର୍ଶନିକ ସିଦ୍ଧାନ୍ତ ଉପରେ ଆଲୋକପାତ କରିଥିଲେ। ପାଶ୍ଚାତ୍ୟ ଦାର୍ଶନିକ କାଣ୍ଟ ଙ୍କ ଦର୍ଶନ ଶାସ୍ତ୍ର ର ଉଦାହରଣ ଦେଇଥିଲେ।ଭାରତୀୟ ଦର୍ଶନକୁ ଉପନିଷଦ ଗୁଡ଼ିକର ଦାନ ବିଷୟରେ ମଧ୍ୟ ବୁଝାଇଥିଲେ। ଉପନିଷଦ ଗୁଡ଼ିକର ଦାର୍ଶନିକ ତତ୍ତ୍ଵ ଓ ବିଚାରଧାରା କିପରି ଭାରତୀୟ ଦର୍ଶନ ଶାସ୍ତ୍ର ଜଗତରେ ଏକ ସମ୍ମୁଜ୍ଜ୍ଵଳ ସ୍ଥାନ ଗ୍ରହଣ କରଅଛି ତାହା ବୁଝାଇଥିଲେ। ପ୍ରାରମ୍ଭ ରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ଶ୍ରୀମତୀ ସୁଜାତା ଓତା ଜିଲ୍ଲାପାଳ ଙ୍କ ବିଷୟରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ। ପରିଶେଷରେ ଦର୍ଶନ ବିଭାଗ ମୁଖ୍ୟ ଡ଼ ନୃସିଂହ ଚରଣ ସାମନ୍ତରାୟ ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରଦତ୍ତ ଦାର୍ଶନିକ ସିଦ୍ଧାନ୍ତ ର ବ୍ୟାଖ୍ୟା ଓ ଅନୁଶୀଳନ କରିଥିଲେ। କାର୍ଯ୍ୟକ୍ରମ ରେ ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଶ୍ରୀ ପ୍ରଶାନ୍ତ କୁମାର ବେହେରା, ଅଧ୍ୟାପକ ଶ୍ରୀ ଅନନ୍ତ ଚରଣ ଆଚାର୍ଯ୍ୟ , ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଦର୍ଶନ ବିଭାଗ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *