ଜିଲ୍ଲାପାଳ ଙ୍କ “ସେବା “ପରିଦର୍ଶନ l

ନୟାଗଡ଼ ତା 11.02.2026 ରିଖ ନୟାଗଡ଼ ଜିଲ୍ଲାର ସଦର ମହକୁମା ଠାରେ ଅବସ୍ଥିତ ସ୍ବେଛାସେବୀସଂଗଠନ “ସେବା”କୁ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ପରିଦର୍ଶନରେ ଆସି ସେବା ଅନୁଷ୍ଠାନ ଦ୍ୱାରା ଭିନ୍ନକ୍ଷମ ଓ ଅସହାୟ ମହିଳା ମାନଙ୍କ କଲ୍ୟାଣ ନିମନ୍ତେ ପରିଚାଳିତ ବିଭିନ୍ନ ପ୍ରକଳ୍ପ କୁ ବୁଲି ଦେଖି ଥିଲେ l ଆଜି ସକାଳ 9ଘଟିକାରେ ସେବା ପରିସରରେ ପହଂଚିବା ପରେ ତାଙ୍କୁ ସେବାର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା, ସଞ୍ଜୟ କୁମାର ସୁବୁଦ୍ଧି, ବୈକୁଣ୍ଠ ନାଥ ମହାପାତ୍ର ଙ୍କ ସମେତ ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l ଏହାପରେ ଜିଲ୍ଲାପାଳ ମଧୁମିତା ରଥ ସେବାଦ୍ୱାରା ପରିଚାଳିତ ବୌଦ୍ଧିକ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ ପରିଦର୍ଶନ କରି ପିଲା ମାନଙ୍କୁ ଦିଆଯାଉଥିବା ଫିଜିଓ ଥେରାପି, ଅକୂପେସନ ଥେରାପି ସ୍ପୀଚ ଥେରାପି, ସ୍ୱତନ୍ତ୍ର ଶିକ୍ଷା ଆଦି ବିଷୟ ରେ ଅବଗତ ହୋଇଥିଲେ l ବିଦ୍ୟାଳୟ ରେ ପଢ଼ୁଥିବା 77ଜଣ ବୌଦ୍ଧିକ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କ ସହ ଭାବ ବିନିମୟ କରିଥିଲେ l ଜିଲ୍ଲାପାଳଙ୍କ ନମ୍ର ସ୍ୱାଭବ ଓ ପିଲା ମାନଙ୍କ ପ୍ରତି ଭଲ ପାଇବା ଦେଖି ସମସ୍ତ ଛାତ୍ର ଛାତ୍ରୀ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ l

ସେବା ପରିସର ରେ ଥିବା ଜିଲ୍ଲା ପୁନର୍ବାସ କେନ୍ଦ୍ର ପରିଦର୍ଶନ କରି ଏଠାରେ ଭିନ୍ନକ୍ଷମ ବ୍ୟକ୍ତି ଓ ଶିଶୁ ମାନେ ପାଉଥିବା ବିଭିନ୍ନ ସୁବିଧା ସୁଯୋଗ ଓ ପ୍ରକଳ୍ପ ପରିଚାଳନା ରେ ହେଉ ଥିବା ସମସ୍ୟା ଓ ତାର ସମାଧାନ ଉପରେ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ l ଜିଲ୍ଲା ପୁନର୍ବାସ କେନ୍ଦ୍ର ରେ ଥିବା ଭୌତିକ ଚିକିତ୍ସା ବିଭାଗ, କୁତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ବିଭାଗ, ସ୍ୱତନ୍ତ୍ର ଶିକ୍ଷା ବିଭାଗ, ବାକ ଚିକିତ୍ସା ବିଭାଗ ଆଦି ବୁଲି ଦେଖିଥିଲେ l ଏଠାରେ ଚିକିସ୍ଥିତ ହେଉ ଥିବା ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ଅଭିଭାବକ ଙ୍କ ସହ ଭାବ ବିନିମୟ କରିଥିଲେ l ପରେ ଅସହାୟ ମହିଳା ଓ ଶିଶୁ ମାନଙ୍କ ପାଇଁ ଥିବା ସମନ୍ୱିତ ଆଶ୍ରୟ କେନ୍ଦ୍ର ଶକ୍ତି ସଦନ ବୁଲି ଅନ୍ତେବାସୀ ମାନଙ୍କ ରହିବା, ଖାଇବା, ଚିକିତ୍ସା, ଆଇନ ଗତ ସହାୟତା ଓ ପୁନର୍ବାସ ଉପରେ ଆଲୋଚନା କରିଥିଲେ l ଜିଲ୍ଲାପାଳ ଙ୍କୁ ନିକଟରେ ପାଇ ମହିଳା ଅନ୍ତେବାସୀ ମାନେ ଖୁସି ହୋଇଥିଲେ lଜାତୀୟ ଦୃଷ୍ଟି ବାଧିତ ଅନୁଷ୍ଠାନ, ନୂଆଦିଲ୍ଲୀଙ୍କ ଆର୍ଥିକ ସହାୟତା ରେ ପରିଚାଳିତ ଦୃଷ୍ଟି ଦିବ୍ୟାଙ୍ଗ ଯୁବକ ଯୁବତୀ ମାନଙ୍କ କୌଶଳ ବିକାଶ କାର୍ଯ୍ୟକ୍ରମ ଦେଖି ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଥିଲେ l

Leave a Reply

Your email address will not be published. Required fields are marked *