ଜିଲ୍ଲା ପରିଷଦ ସଭ୍ୟ ସାମ୍ବାଦିକ ମମ୍ମିଳନୀ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କଡା ଚେତାବନୀ

ଜିଲ୍ଲା ପରିଷଦ ସଭ୍ୟ ସାମ୍ବାଦିକ ମମ୍ମିଳନୀ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କଡା ଚେତାବନୀଏରସମା : ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ର ସିଦ୍ଧ ଗୁମ୍ଫା ଆଶ୍ରମ ପ୍ରାଙ୍ଗଣରେ ଆଜି ଢ଼ିଙ୍କିଆ ଚାରିଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ଏରସମା ବ୍ଲକ ୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପିନାକୀ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି।ଢ଼ିଙ୍କିଆ ଚାରିଦେଶରେ ଗଢି ଉଠୁଥିବା ପ୍ରସ୍ତାବିତ ଜେଏସଡବ୍ଲୁ ପକଳ୍ପ ଅନ୍ୟାୟ ଭାବରେ ସାଧାରଣ ଲୋକମାନଙ୍କ ଜୀବନ ଜିବିକାକୁ ପ୍ରଭାବିତ ପକାଇଲାଣି।ଧାନ, ପାନ,ମୀନ ର ସବୁଜ ଶସ୍ୟ ଶାମଳା ଭରା ଉର୍ବର ଜମିକୁ ଅଞ୍ଚଳବାସୀ ହରାଇଛନ୍ତି।ଏପଟେ ପ୍ରଶାସନଢିଙ୍କିଆରେ ଗ୍ରାମସଭା ନ କରାଇ କମ୍ପାନୀକୁ ଜଙ୍ଗଲ ଜମି ଅଧିକାର ଏକ ପାଖିଆ ଭାବେ ଟେକି ଦେଉଛି ପ୍ରଶାସନ | ଜେଟୀ ନିମନ୍ତେ ୧୭୦ ଏକର ଜମିରେ ପରିବେଶ ମଞ୍ଜୁରୀ ପାଇଥିବା ଜେଏସଡ଼ବ୍ଲ୍ଯୁ କମ୍ପାନୀ ଏବେ ହଜାର ହଜାର ଏକର ଜମିରୁ ଜଙ୍ଗଲ ସଫା କରିବାରେ ବ୍ୟସ୍ତ ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ।୧୯୯୯ ମସିହା ମହାବାତ୍ୟା ୩ ପଞ୍ଚାୟତ ସମେତ ପାଖାପାଖି ୪ ପଞ୍ଚାୟତକୁ ରକ୍ଷା କରିଆସୁଥିବା ସୂ ଉଚ୍ଚ ବାଲୁକା ସ୍ତୁପ ଓ ଘଞ୍ଚ ଝାଉଁ ଜଙ୍ଗଲକୁ ବେଆଇନି ଭାବେ ଲକ୍ଷ ଲକ୍ଷ ଗଛ କଟାଯାଉଛି ଯାହା ଫଳରେ ବନ୍ୟଯନ୍ତୁ ହରିଣ, ବାରହା,ଠେକୁଆ,ଠେକୁଆ, ସାପ,ଆଦି ବିଭିନ୍ନ ପ୍ରକାର ପଶୁ ଓ ପକ୍ଷୀ ମାନଙ୍କ ଜୀବନ ହାନୀ ଘଟୁଛି। ତା ସହିତ ସି ଆର୍ ଜେଡ୍ ଆଇନିକୁ ଉଲ୍ଲଘଂନ କରି ହଜାର ହଜାର ବାଲୁକା ସ୍ତୁପ କୁ ତାଡି ଅନ୍ୟତ୍ର ବିକ୍ରୀ କରାଯାଉଛି।ପାରାଦୀପ ଞ୍ଚଳରେ ବିଭିନ୍ନ କଳକାରଖାନା ଗଢିଉଠିଛି।ହେଲେ ବର୍ତ୍ତମାନ ଯେଉଁ ଜେଏସଡବ୍ଲୁ ପକଳ୍ପ ବେଆଇନି ଭାବେ ପରିବେଶ ମଞ୍ଜୁରୀ ନଥାଇ ଏଠାରେ କିପରି ସିମେଣ୍ଟ ପ୍ଲାଣ୍ଟ,ପାୱାର ପ୍ଲାଣ୍ଟ,ଷ୍ଟିଲ ପ୍ଲାଣ୍ଟ ଆଦି ଗଢିଉଠିବ।ଏବଂ ଏଠୁ କମ୍ ଦୂରରେପାରାଦୀପ ବନ୍ଦର ଗଢିଉଠିଛି।ତେବେ ଏଠିକା ଅଞ୍ଚଳ ବାସିଙ୍କ ଜୀବନ ଜୀବିକା ପଛରେ ପକେଇ ଜଟାଧାରୀ ମୁହାଣ ରେ ଆଉ ଜେଟି ନିର୍ମାଣ କରିବା ନାଁରେ ଆଉ ଗୋଟେ ବନ୍ଦର ନିର୍ମାଣ କରାଯିବ ଏହା ସମ୍ପୂର୍ଣ୍ଣ ଲଜ୍ୟାଜନକ ବେଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ସଭ୍ୟ ଜିଲ୍ଲା ପ୍ରଶାସନ ଉପରେ ଖୋପ୍ପା ହୋଇଛନ୍ତି।ତା ସହିତ ପୋସ୍କୋ କାରଖାନା ଓ ବର୍ତ୍ତମାନର ଜେଏସଡବ୍ଲୁ କାରଖାନା ପାଇଁ ଯେଉଁ ଜୀବନ ଜୀବିକା ବିନା ସହମତିରେ ନଷ୍ଟ କରାଯାଇଛି ତାହାର ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବା ସହିତ ପୁନଃ ଚାଷ ଓ ବସ ବାସ ନିମନ୍ତେ ଅନୁମତି ପ୍ରଦାନ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ଥିବା ଅତିଥିମାନେ ପ୍ରକାଶ କରିଥିଲେ।ଯଦି ଆଗାମୀ ଦିନରେ କମ୍ପାନୀ କତ୍ତୃପକ୍ଷ କି ପ୍ରଶାସନ ଏ ସମ୍ପର୍କରେ ବିଚାର ନକରେ ଆଗାମୀ ଦିନରେ ଅନିଷ୍ଟ କାଳ ପାଇଁ ଶାନ୍ତିପୂଣ୍ଣ ଧାରଣ ଦିଆଯିବ।ଏଥିପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀରହିବେ ବୋଲି ଏରସମା ବ୍ଲକ ୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ,ମିତାଞ୍ଜଳି ଭୋଇ ,ସମିତି ସଭ୍ୟ ଢ଼ିଙ୍କିଆ ପଞ୍ଚାୟତନୂଆଗାଁର ପୂର୍ବତନ ସରପଞ୍ଚ ଭାସ୍କର ସ୍ୱାଇଁ, ବାଲିତୁଠ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ,ଢ଼ିଙ୍କିଆ ସରପଞ୍ଚ ପିଙ୍କି ଦାସ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସୋସିଆଲ ମିଡ଼ିଆ ସଂଯୋଜକ ସତ୍ୟରଞ୍ଜନ ମହାପାତ୍ର ପ୍ରମୁଖ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *