ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ,ଭଦ୍ରକ କାର୍ଯ୍ୟାଳୟ

ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ,ଭଦ୍ରକ କାର୍ଯ୍ୟାଳୟ ଆଜି ଜିଲ୍ଲାପାଳ ଦିଲିପ ରାଉତରାଏ ଙ୍କ କର କୋମଳ ରେ ଶୁଭ ଉଦ୍ ଘାଟନ ହୋଇଯାଇଛି । ଏଇ କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ୍, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ, ଉପ ନିର୍ଦ୍ଦେଶକ, ଅଭିଯୋଜନ ରଶ୍ମିତା ମହାପାତ୍ର, ପବ୍ଲିକ
ପ୍ରସିକ୍ୟୁଟର୍ ମିନି ଟପ୍ପ, ସହକାରୀ ପବ୍ଲିକ
ପ୍ରସିକ୍ୟୁଟର୍ ଓ ଜିଲ୍ଲା ର ସରକାରୀ/ବେସରକାରୀ ଅଧିବକ୍ତା ମାନେ ଉପସ୍ଥିତ ଥିଲେ। ଜିଲ୍ଲା ରେ ବିଭିନ୍ନ ଅପରାଧିକ କାର୍ଯ୍ୟ କରୁଥିବା ବ୍ୟକ୍ତି ଙ୍କୁ ସଠିକ୍ ଭାବରେ ଅନୁସନ୍ଧାନ କରାଯାଇ ଉପଯୁକ୍ତ ଦଣ୍ଡ ବିଧାନ କରିବା ଲକ୍ଷ୍ୟ ରେ ଉକ୍ତ କାର୍ଯ୍ୟାଳୟ ଟି ପ୍ରତିଷ୍ଠା କରାଯାଇଛି । ବହୁ ସମୟ ରେ ପ୍ରକୃତ ଦୋଷୀ ସଠିକ୍ ତଦନ୍ତ ଅଭାବ ରୁ ଅଳ୍ପ ଦିନ ଦଣ୍ଡ ପାଇ ମୁକ୍ତ ହୋଇ ପୁଣି ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତ ରହୁଛି। ଏହା ଫଳ ରେ ଜନ ସାଧାରଣ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଇ ନିର୍ଦ୍ଦେଶାଳୟ ଖୋଲିଲା ପରେ ଅପରାଧିକ କାର୍ଯ୍ୟ କଳାପ ରେ ଅଙ୍କୁଶ ଲାଗିବ ବୋଲି ଆରକ୍ଷୀ ଅଧିକ୍ଷକ ମତ ବ୍ୟକ୍ତ କରିଛନ୍ତି । ଉକ୍ତ କାର୍ଯ୍ୟାଳୟ ଟି ପୁରୁଣା କୋର୍ଟ ପରିସର ରେ କାର୍ଯ୍ୟକ୍ଷମ କରିବ।

Leave a Reply

Your email address will not be published. Required fields are marked *