ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଜିଲ୍ଲା ଶିକ୍ଷା ଅଧିକାରୀ ।
କନ୍ଧମାଳ, ଜି, ଉଦୟଗିରି, କନ୍ଧମାଳର ଶିକ୍ଷା ଅଧିକାରୀ ଶ୍ରୀ ରାକେଶ କୁମାର ସ୍ବାଇଁ ଓ ଜିଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସିମାଞ୍ଚଳ ସ୍ବାଇଁ ବିଭିନ୍ନ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ ସମସ୍ତ ଶିକ୍ଷକଙ୍କୁ ବିସ୍ମିତ କରିଦେଇଛି । ଏହି ପରିଦର୍ଶନ ସମୟରେ ଅନେକ ବିଦ୍ୟାଳୟ ବନ୍ଦଥିବାର ଦେଖିବାକୁ ମିଳିଛି । ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ତିକିରିପଡ। ବିଦ୍ୟାଳୟ ଫାଟକ ସମ୍ମୁଖରେ ପିଲାମାନେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପିଲାମାନଙ୍କ ପାଖକୁ ଯାଇ ଫାଟକ ତାଲା ଖୋଲି ଥିଲେ । କେଁଉଠି ପିଲାମାନେ ଝାଡୁ କରୁଥିବା ଦେଖିବାକୁ ମିଳିଥିଲା ତ କେଉଁଠି ଶିକ୍ଷାକମାନେ ପାଠ ପଡ଼ିଵା ସମୟରେ ଏକତ୍ରିତମିଶି ଗୁଲିଗୋପ କରୁଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଗତମାସରେ ଏପରି ଅଚାନକ ଗ୍ରସ୍ତରେ ୧୪ ଜଣ ଅଫିସ କର୍ମଚାରୀ ଓ ୪ ଟି ସ୍କୁଲ ର ପ୍ରଧାନ ଶିକ୍ଷକ ଓ କର୍ମଚାରୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଏକମାସ ଦରମା ବନ୍ଦ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଚାନକ ଗ୍ରସ୍ତରେ ଶିକ୍ଷକ ମାନଙ୍କ ମଧ୍ୟରେ କକୁଆଭୟ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।
