ତାରପୁର ସହକାରୀ ଉଚ୍ଚବିଦ୍ୟାଳୟ ପରିସର ରେ ଜିଲ୍ଲା କୃଷକ ସଂଗଠନ ବନମହୋତ୍ସବ କାର୍ଯ୍ୟକ୍ରମ
ରଘୁନାଥପୁର:-:ତାରପୁର ସହକାରୀ ଉଚ୍ଚବିଦ୍ୟାଳୟ ପରିସର ରେ ଜିଲ୍ଲା କୃଷକ ସଂଗଠନ ବନମହୋତ୍ସବ କାର୍ଯ୍ୟକ୍ରମରେ ଫଳ ଓ ପୁଷ୍ପ ଚାରା ରୋପଣ କରିଥିଲା। ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ସମାବେଶରେ ଏକ ପରିବେଶ ସଚେତନ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପ୍ରଧାନ ଶିଖିକା ଶର୍ମିଷ୍ଠା ବିଶ୍ଵାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜିଲ୍ଲା କୃଷକ ସଂଗଠନ ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା, ସମ୍ପାଦକ ବାବାଜୀ ଜେନା,ଉପଦେଷ୍ଟା ଡା ରାଜକିଶୋର ବରାଳ, ଯୁଗ୍ମ ସମ୍ପାଦକ ବିନୋଦ ବିହାରୀ ମହାନ୍ତି, ସରପଞ୍ଚ ସୁଷମା ମଲ୍ଲିକ, ଅନ୍ତର୍ଯ୍ୟାମୀ ରାଉତ, ସମାଜସେବୀ ଚନ୍ଦ୍ର ଶେଖର ସିଂହ ଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରି ବେଶ ସଚେତନତା ସମ୍ପର୍କରେ ବକ୍ତବ୍ୟ ରଖି ଥିଲେ।
