ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ ଅନ୍ତୋଦ୍ୱୟ ଗୃହ ଯୋଜନାର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଠାରେ ରାଜ୍ୟ ସ୍ତରୀୟ ଅନ୍ତୋଦ୍ୱୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ବ୍ଲକ ପରିସରରେ ଜିଲ୍ଲା ସ୍ତରୀୟ ଅନ୍ତୋଦ୍ୱୟ ଗୃହ ଯୋଜନା ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ ସୋନାଲ, ଜଗତସିଂହପୁର ବିଡ଼ିଓ ଆଶୁତୋଷ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏହା ଅନ୍ତୋଦ୍ୱୟ ଗୃହ ଯୋଜନା ମାଧ୍ୟମରେ ସମାଜର ଶେଷ ସ୍ତରରେ ରହୁଥିବା ଲୋକଟିଏ କିପରି ସୁବିଧା ସୁଯୋଗ ପାଇବ ସେ ବାଵଦରେ ଆଲୋକପାତ କରିଥିଲେ । ଜିଲ୍ଲାର ୮୫୮ ଜଣ ହିତାଧିକାରୀଙ୍କୁ ଏହି ଅନ୍ତୋଦ୍ୱୟ ଗୃହ ଯୋଜନାରେ ସାମିଲ କରାଯାଇଥିବା ବେଳେ ଅତିଥିମାନେ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *