ଜିଲ୍ଲା ସ୍ତରୀୟ କଳା ଉତ୍ସବ – ୨୦୨୫
ପୁରୀ ଜିଲ୍ଲା ସ୍ତରୀୟ କଳା ଉତ୍ସବ ୨୦୨୫ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ , ପୁରୀ ଠାରେ ତା ୧୫.୧୦.୨୦୨୫ ପୂର୍ବାହ୍ନ ୧୦ ଘଟିକା ସମୟରେ ଆରମ୍ଭ ହୋଇଥିଲା । ବ୍ଲକ ସ୍ତରରୁ ବିଭିନ୍ନ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ନବମରୁ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏକକ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ , ଯନ୍ତ୍ର ସଙ୍ଗୀତ , ଏକକ ନୃତ୍ୟ , ଦଳଗତ ନୃତ୍ୟ , ଚିତ୍ରକଳା , ଗଳ୍ପ କଥନ , ମଞ୍ଚ ନାଟକ ପ୍ରଭୃତି ପ୍ରତିଯୋଗିତାରେ ୧୨୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବିଜେତା ଛାତ୍ରଛାତ୍ରୀ ମାନଙ୍କୁ ଅପରାହ୍ନ ଅଧିବେଶନରେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ଅତିଥି ଭାବରେ ସାହିତ୍ୟିକ ସତ୍ୟନାରାୟଣ ମିଶ୍ର , ଗୁରୁକାଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଦୁର୍ଗା ମାଧବ କର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହିତ ପୁରସ୍କାର ବଣ୍ଟନ କରିଥିଲେ । ବିଜେତା ଛାତ୍ରଛାତ୍ରୀ ମାନେ ପରବର୍ତ୍ତୀ ସମୟରେ ଆଞ୍ଚଳିକ ଏବଂ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ ନିମନ୍ତେ ସୂଚନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସମଗ୍ର ଶିକ୍ଷା କାର୍ଜ୍ୟାଳୟ ର ସମସ୍ତ କର୍ମଚାରୀ ଏବଂ ପ୍ରାକ୍ତନ ମଣ୍ଡଳ ସାଧନ ସଂଯୋଜକ ବିଜୟ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ସର୍ବଶେଷରେ ସମଗ୍ର ଶିକ୍ଷା କାର୍ଯକ୍ରମ ସଂଯୋଜକ ବରଦା ପ୍ରସନ୍ନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
