ନବରଙ୍ଗପୁର ପୌରପାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ କଳା ମୋହତ୍ସୋବ ପାଳିତ ।
ନବରଙ୍ଗପୁର ସହର ସ୍ଥିତ ନବରଙ୍ଗପୁର ପୌରପାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ କଳା ମୋହତ୍ସୋବ ପାଳିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରିଶଙ୍କର ମାଝି ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀ ଜ୍ୟୋତରଞ୍ଜନ କଂସ ଯୋଗଦାନ କରିଥିଲେ । ସମ୍ମାନୀୟ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁଙ୍କ ତତ୍ୱାବଧାନରେ ଆଜିର କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ମହାଲିକ ଓ ପୌରପାଳିକା ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମିନା ବାଘ ମଞ୍ଚାସିନ ରହିଥିଲେ।

ଆଜିର କାର୍ଯ୍ୟକ୍ରମରେ ବ୍ଲକ ସ୍ତରରେ କୃତି ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀ ମାନେ ବିଭିନ୍ନ ବର୍ଗର ନୃତ୍ୟ ପ୍ରତିଯୋଗୀତରେ ଭାଗ ନେଇ ଉଚ୍ଚ କୋଟିର ନୃତ୍ୟ ପରିବେଷଣ କରିଥିଲେ । ପରିଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ବରେଣ୍ୟ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଜିଲ୍ଲା ସ୍ତରରେ କୃତି ଛାତ୍ରଛାତ୍ରୀ ମାନେ କୋରାପୁଟ ଠାରେ ଯ଼ୋନାଲ ସ୍ତରରେ ଭାଗ ନେଇ ନିଜର କଳା ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଥିଲେ।
