ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରଗ୍ୟ ସମିତି,ଓ ମହିଳା ଆରଗ୍ୟ ସମିତି ସମ୍ମିଳନୀ ।

କନ୍ଧମାଳ, ଫୁଲବାଣୀ ତା ୦୫/୦୨/୨୦୨୬,ସ୍ଥାନୀୟ କୋର୍ଟ ଛକ୍ ପରିସର ଗାନ୍ଧୀ ସ୍ମୁତି ଭବନ ଠାରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ମଲିକ କନ୍ଧମାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦଭୂଷଣ, ସିଡିଏମଓ ଡ, ସନ୍ତୋଷ କୁମାର ପାଢ଼ୀ, ଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା । ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ଜସ୍ବାସ୍ଥ୍ୟ ଅଧିକାରୀ ଡ, କଲ୍ୟାଣୀ ମିଶ୍ର, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଶ୍ରୀମତୀ ସ୍ନେହଲତା ସାହୁ, ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ, ପ୍ରଶ୍ନ କୁମାର ତ୍ରିପାଠୀ, ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ସୁରେନ୍ଦ୍ରନାଥ ସିଂ, ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ, ଜୋସ୍ନା ରାଣୀ ସେଠୀ, ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ଶ୍ରୀମତୀ ଗୀତାଞ୍ଜଳି ଦାଶ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ମହିଳା ସ୍ବାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ମହିଳା ଆରୋଗ୍ୟ ସମିତିର ସଭ୍ୟମାନେ, ୱାର୍ଡ ମେମ୍ବର ଜନ ଆରୋଗ୍ୟ ସମିତିର ସଦସ୍ୟ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମାନେ ଯୋଗଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲାର ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ଏବଂ ସମସ୍ତ ରୋଗ ନିରାକରଣ ରେ ଆଶା ମାନଙ୍କର କାର୍ଯ୍ୟ ପ୍ରସାସଂଶନୀୟ, ସୁସ୍ଥ ଗାଁ ଓ ସୁସ୍ଥ ପଞ୍ଚାୟତ ଗଠନରେ ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ର ଅବଦାନ ଅତୁଳନୀୟ ବିଷୟରେ ଆଲୋକପାତ କରାଇଥିଲେ । ସମସ୍ତ ଅତିଥି ମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା କନ୍ଧମାଳ ଜିଲ୍ଲାର ସ୍ବାସ୍ଥ୍ୟ ପରିସଂଖ୍ୟନ କୁ ସାରା ଭାରତରେ ପରିଚିତ କରିବା , ଏବଂ ରାଜ୍ୟରେ ଏକ ନମ୍ବର କରିବା । ଜିଲ୍ଲାରେ ସର୍ବୋତ୍ତମ ଆଶା ଭାବେ ରାଇକିଆ ବ୍ଲକର ଆଶା ଶ୍ରୀମତୀ ଶାନ୍ତ।ରାଣୀ ଦିଗାଲ(ପ୍ରଥମ ସ୍ଥାନ)କ,ନୂଆଗାଁ ବ୍ଲକ ର ଶ୍ରୀମତୀ ମାନିନୀ ଦିଗାଲ (ଦୂତୀୟ) ଖଜୁରୀପଡ଼ା ବ୍ଲକ ଶ୍ରୀମତୀ ସୁନାମ ଜ।ନୀ ସୁବର୍ଣ୍ଣଗୀରୀ ବ୍ଲକର ଶ୍ରୀମତୀ ଗିତାଞ୍ଜଳି ପଟ୍ଟନାୟକ,ଓ ଦାରିଙ୍ଗିବାଡି ବ୍ଲକର ଶ୍ରୀମତୀ ମଞ୍ଜୁଲତା ପ୍ରଧାନ(ତୃତୀୟ ସ୍ଥାନ) ଅଧିକାର କରି ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ପ୍ରତ୍ୟକ ବ୍ଲକର ଗୋଟିଏ ଗାଁ କଲ୍ୟାଣ ସମିତି ଗଡ଼ିଙ୍ଗିଆ, ଡଗଙ୍ଗା ଗାଁ , ବାଦୀ ପଦର, ବୈଶୀଙ୍ଗି, ଜବେଡି, ଦଳପଡା-୨,ସଲଗୁଡ଼।, ଲମ୍ବଦର, ଗୁଡ଼ରି ଘ।ସି, ବୁଡାବ।ଲି, ବେରେକ।,ଓ ହତିମୁଣ୍ଡ। ଗାଁ କଲ୍ୟାଣ ସମିତି ଓ ଆଠଟି ମହିଳା ଆରଗ୍ୟ ସମିତି ନଦିଖଣ୍ଡି ସାହି, ମାଷ୍ଟରପଡା, ଜିରିଙ୍ଗିପଡା, କାଚର।ସାହି, ପିଅନପଡା , ଡାମି ଗାଁ, ଝାଙ୍କର ସାହି, ସଲୁଙ୍କି ସାହି, ଓ ବାରଟି ଜନ ଆରଗ୍ୟ ସମିତି ଯଥା- ରେବିଙ୍ଗିଆ, ବପଲ ମେଣ୍ଡି, କିରିକୁଟି, ବିଶିପଡ଼ା, ରତୀଙ୍ଗୀଆ, ଅର।ପାଜୁ , ମହସୀଙ୍ଗି, ପାବିଙ୍ଗିଆ, ରାଇକିଆ, ରଦିଗୁମା, ଗଡଗୁଡ଼ ଓ ଶିର୍ଲ। ଏହିସବୁ ସୁସ୍ଥ ସମାଜ ଗଠନରେ ଗୋଷ୍ଠୀ ସହ ଭଗିତରେ ପୁରସ୍କୃତ ହୋଇଥିଲେ । ପରିଶେଷରେ ଆଶା ମାନଙ୍କର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟ କ୍ରମରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ପରିଚାଳକ ଶକ୍ତି କୁମାର ଦିଗ।ଲ୍ ଆଶା ପରିଚାଳକ ଶ୍ରୀମତୀ ଯଶସ୍ପିନି ସାହାଣୀ,ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ସୁଧାଂଶୁ ଶେଖର ପ୍ରଧାନ ତଥ୍ୟ ପରିଚାଳକ ଶ୍ରୀଯୁକ୍ତ ଆରୋବିନ୍ଦ ପାଣି,ପରମେଶ୍ଵର ନାୟକ ଅଶୋକ କୁମାର ସାହୁ, ନରେନ୍ଦ୍ର ପାଲ, ବିଶ୍ବରଂଜନ ଦାସ ସୁଜିତ୍ କ।ର୍ଜୀ, ଅଙ୍କିତା ମହାନ୍ତି, ଦୀପ୍ତି, ଦଧିବାମନ, ଅନୁ, ଅମିତ୍, ଆଲିଶ।, ମମତା, ରଶ୍ମି, ସଦ। ଦିପ୍ତିରଞ୍ଜନ୍ ଉଭୟ ବ୍ଲକ ଓ ଜିଲ୍ଲାର ସ୍ବାସ୍ଥ୍ୟ ମିଶନ କର୍ମ କର୍ତ୍ତା, ସଂଯୋଜନା କରିବା ସହ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *