ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ କାର୍ଯ୍ୟକ୍ରମ ଉଦଯାପିତ ସୁନାବେଡ଼ା ୧ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତିନି ଦିନିଆ ଶିଶୁ ମହୋତ୍ସବ ସରଗି ଫୁଲ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ ଉଦଯାପିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତିତ୍ବ ଛାତ୍ରଛାତ୍ରୀଙ୍କୁ ଉଦଯାପନୀ ଉତ୍ସବରେ ପୁରସ୍କୃତ କରିବା ସହ ରାଜ୍ୟ ସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ।
