ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ (ସୁରଭି )– ୨୦୨୫ ପାଳିତ
୦୭.୧୧.୨୦୨୫ ରେ ପାଳନ କରାଯାଇଛି । ଏହି ଉତ୍ସବରେ ୧୦ ଗୋଟି ପ୍ରତିଯୋଗିତାରେ କନିଷ୍ଠ , ବରିଷ୍ଠ ଓ ଉଚ୍ଚ ମାଧ୍ଯମିକ ବର୍ଗର ଏଗାର ଟି ବ୍ଲକର ୪୦୭ ଜଣ ଛାତ୍ର ଛାତ୍ରୀ ଅଂଶ କରିଥିଲେ । ୬୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଙ୍କ ସମେତ ଗାଇଡ ଶିକ୍ଷକ ଏବଂ ଅଭିଭାବକ ଯୋଗ ଦେଇଥିଲେ । ପ୍ରତିଯୋଗିତା ମଧ୍ୟରେ ବିତର୍କ , ପ୍ରବନ୍ଧ , ସଙ୍ଗୀତ , ଚିତ୍ରାଙ୍କନ , ହସ୍ତକଳା ଓ ଚିତ୍ରକଳା , କୁଇଜ , ସାଂସ୍କୃତିକ କାର୍ଯକ୍ରମ ପ୍ରଭୃତି ଆୟୋଜନ କରାଯାଇଥିଲା । ବ୍ଲକ ସ୍ତରରେ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ରାଜ୍ୟ ସ୍ତରରେ ସୁରଭି କାର୍ଯକ୍ରମ ରେ ଆସନ୍ତା ନଭେମ୍ବର ୧୨ ରୁ ୧୪ ତାରିଖ ରେ ଯୋଗ ଦେବେ । ସମଗ୍ର ଶିକ୍ଷା , ପୁରୀ ର ସଂଯୋଜକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢୀ ଙ୍କ ଅଧ୍ୟକ୍ଷତାରେ ସଭା ପର୍ବର ପ୍ରଥମ ଅଧିବେଶନରେ ସର୍ବ ପ୍ରଥମେ ବନ୍ଦେ ମାତରମ ଗାନ କରାଯାଇଥିଲା । ବିଶ୍ଵମ୍ଭର ବିଦ୍ୟାପୀଠ ର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା ।

ବିଶିଷ୍ଟ ଅତିଥି ଭାବରେ ଶ୍ରୀ ଶରତ ଚନ୍ଦ୍ର ବେହେରା , ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇ ଦିବସ ର ଉଦ୍ଦେଶ୍ୟ ଏବଂ ଆବଶ୍ୟକତା , ସୃଜନଶୀଳତା ଉପରେ ଗୁରୁତ୍ବ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବରେଣ୍ୟ ଅତିଥି ଭାବରେ ଶ୍ରୀ ସନ୍ତୋଷ କୁମାର ପରିଡା , ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ , ପୁରୀ , ଦ୍ଵିତୀକାନ୍ତ ପ୍ରଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ , ପ୍ରମୋଦ କୁମାର କର , ବ୍ଲକ ଶିକ୍ଷା ଅଧିକାରୀ , ପୁରୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଟି ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କୃତ କରଯାଇଥିଲା । । ଏହି ଉତ୍ସବରେ ଶିକ୍ଷକ ମହେନ୍ଦ୍ର କୁମାର ଦାସ ଏବଂ କଳ୍ପନା ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ବରଦା ପ୍ରସନ୍ନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାକ୍ତନ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ବିଜୟ କୁମାର ପଣ୍ଡା ସହଯୋଗ କରିଥିଲେ । ଉକ୍ତ କାର୍ଯକ୍ରମରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
