ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧକ୍ଷତାରେ ଜାତୀୟ କୃମି ନାଶକ ଦିବସ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ
ପୁରୀ :- ୦୬/୦୮/୨୦୨୫ ଆଜି ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧକ୍ଷତାରେ ଜାତୀୟ କୃମି ନାଶକ ଦିବସ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠାତ ହୋଇଥିଲା | ଉକ୍ତ ବୈଠକରେ ସ୍ୱାସ୍ଥ୍ୟ,ଶିକ୍ଷା ,ମହିଳା ଓ ଶିଶୁ ବିକାଶ,ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ | ଆସନ୍ତା ୧୨ ଅଗଷ୍ଟ ରେ ଜିଲ୍ଲା ର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ସମସ୍ତ ଅଙ୍ଗନବାଡି କେନ୍ଦ୍ର ରେ ୧ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ଛାତ୍ର-ଛାତ୍ରୀ ତଥା ସନ୍ତାନ ଜନ୍ମ କ୍ଷମ ମହିଳା (୨୦ ରୁ ୨୪ ବର୍ଷ) ମାନଙ୍କୁ ଜାତୀୟ କୃମି ନାଶକ ଦିବସ ଅବସରରେ କୃମି ନାଶକ ଔଷଧ ପ୍ରଦାନ କରାଯିବ | ଯେଉଁ ମାନେ ଅଗଷ୍ଟ ୧୨ ତାରିଖରେ କୃମି ନାଶକ ଔଷଧ ସେବନ କରିନଥିବେ ସେମାନେ ଆସନ୍ତା ଅଗଷ୍ଟ ୧୯ ତାରିଖରେ ଔଷଧ ସେବନ କରିବେ | ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ବିଭାଗର ସହଯୋଗ ଦ୍ୱାରା ଜାତୀୟ କୃମି ନାଶକ ଦିବସକୁ ସଫଳ କରିବା ପାଇଁ ପ୍ରତିଶୃତି ଦେଲେ | ସମସ୍ତ ବିଭାଗ ସେମାନଙ୍କର କ୍ଷେତ୍ର କର୍ମଚାରୀ ମାନଙ୍କୁ ଉତ୍କ ଜାତୀୟ କାର୍ଯ୍ୟକ୍ରମରେ ନିଃସର୍ତ୍ତ ସହଯୋଗ କରିବା ପାଇଁ ନିର୍ଦେଶ ଦେବେ | ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବ୍ଲକ ସ୍ତରରେ ପ୍ରଶିକ୍ଷଣ ଶିବିର, ବିଦ୍ୟାଳୟ ତଥା ଅଙ୍ଗନବାଡି ପାଇଁ ସଚେତନତା ବାର୍ତା ଇତ୍ୟାଦି ଶେଷ ପର୍ଯାୟରେ ପହଂଚିଲାଣି | ଜିଲ୍ଲାରେ ମୋଟ ୨୨୦୫ ସରକାରୀ ବିଦ୍ୟାଳୟ, ୨୫୪ଟି ବେସରକାରୀ ବିଦ୍ୟାଳୟ ତଥା ୨୫୬୬ଟି ଅଙ୍ଗନବାଡି କେନ୍ଦ୍ରରେ ମୋଟ ୩ ଲକ୍ଷ ୫୦ ହଜାର ଛାତ୍ର ଛାତ୍ରୀଙ୍କୁ କୃମି ନାଶକ ଔଷଧ ପ୍ରଦାନ କରାଯିବ |
