ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
– ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବାରେଡିଆ ପଂଚାୟତ ର ଡିହ ସାଇବିରି ଗାଁରେ ଶାସ୍ତ୍ରୀଜି କ୍ଲବ ପକ୍ଷରୁ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ସାତ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ 8ଟି ଦଳ ଅଂଶ ଗ୍ରହଣ କରିଥିଲେ । ଗତକାଲି ଫାଇନାଲ୍ ମ୍ୟାଚ ରେ ଶଂଖରୀ ସାହି ଓ ଆଜାଦ ହିନ୍ଦ ସ୍ପୋର୍ଟସ କ୍ଲବ ତଳ କଟକ ସହିତ ମ୍ୟାଚ ଖେଳା ଯାଇଥିଲା । ତେବେ ଶଂଖାରି ସାହି 20 ଓଭର ମଧ୍ୟରେ 198 ରନ ସଂଗ୍ରହ କରିଥିବା ବେକେ ଆଜାଦ ହିନ୍ଦ ସ୍ପୋର୍ଟସ କ୍ଲବ ମାତ୍ର 102 ରେ ଅଲ ଆଉଟ ହୋଇ ଯାଇଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ତିର୍ତ୍ତୋଲ ବିଧାୟକ ଯୁବ ଇଂ ବିଜୟ ଶଙ୍କର ଦାସ, ବ୍ଲକ ଅଧ୍ୟକ୍ଷ। ମମତା ପାତ୍ର, ବ୍ଲକ ଉପାଧ୍ୟକ୍ଷ। ପିନାକୀ ପ୍ରିୟଦର୍ଶିନୀ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାସ, ଆୟୋଜକ ଯୁବ ଉଦ୍ୟଗୀ ସୁଜିତ ମିଶ୍ର ଓ କ୍ଲବ ର ସମସ୍ତ ସଦସ୍ୟ ମାନେ ଯୋଗ ଦେଇ ବିଜୟ ଟିମ୍ କୁ ଟ୍ରଫି ପ୍ରଦାନ କରିବା ସହିତ ଅର୍ଥ ରାଶି ପ୍ରଦାନ କରିଥିଲେ ।
