ବ୍ୟାସନଗର ସ୍ଥିତ ଟାଉନ ହଲ ପରିସରରେ ଜିଲ୍ଲାସ୍ତରୀୟ ଦିଶା ବୈଠକ ଅନୁଷ୍ଠିତ

ବ୍ୟାସନଗର ସ୍ଥିତ ଟାଉନ ହଲ ପରିସରରେ ଜିଲ୍ଲାସ୍ତରୀୟ ଦିଶା ବୈଠକ ଅନୁଷ୍ଠିତ, ଯୋଗଦେଲେ ସାଂସଦ ଓ ବିଧାୟକ lଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସଭାପତିତ୍ୱ ଆୟୋଜିତ ଦିଶା ବୈଠକରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଅମର କୁମାର ନାୟକ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏହି ବୈଠକରେ ମୁଖ୍ୟତଃ ସ୍ୱାସ୍ଥ୍ୟ, ପାଣି, ରାସ୍ତା, ବିଦ୍ୟୁତ ଓ ଭିନ୍ନକ୍ଷମ ଚିହ୍ନଟ ପକ୍ରିୟା ଉପରେ ଆଲୋଚନା କରିଥିଲେ l ବିଶେଷ ଭାବରେ ବିଧାୟକ ମାନେ ନିଜ ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମସ୍ୟା ଓ ପ୍ରତେକ ଘରକୁ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱଆରୋପ କରିଥିଲେ l ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥିବା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ l ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଉପ-ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବ୍ଲକର ବିଡ଼ିଓ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *