ଜିଲ୍ଲାସ୍ତରୀୟ ଯୌତୁକ ନିଷେଧ ଅଧିନିୟମ ୧୯୬୧ ସମ୍ବନ୍ଧୀୟ ତାଲିମ ଶିବିର

ଜିଲ୍ଲାସ୍ତରୀୟ ଯୌତୁକ ନିଷେଧ ଅଧିନିୟମ ୧୯୬୧ ସମ୍ବନ୍ଧୀୟ ତାଲିମ ଶିବିର ନବରଙ୍ଗପୁର ତା ୦୫/୧୨/ ୨୦୨୫ ଆଜି ଦିବା ଘ ୧୧:୩୦ ମି଼ ସମୟରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ନବରଙ୍ଗପୁର ଦ୍ଵାରା ଅଶୋକ ମେହେତା ସମ୍ମିଳନୀ ଗୃହରେ ଯୌତୁକ ନିଷେଧ ଅଧିନିୟମ ୧୯୬୧ ସମ୍ବନ୍ଧୀୟ ତାଲିମ ଶିବିର  ଆୟୋଜିତ ହୋଇଯାଇଛି। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ଉକ୍ତ ତାଲିମ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରି ସମସ୍ତଙ୍କୁ ସ୍ବାଗତ କରିଥିଲେ। ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଯୌତୁକ ନିଷେଧ ଅଧିକାରୀ ଯୌତୁକ ନିର୍ଯାତନାରେ ଆସୁଥିବା ଅଭିଯୋଗ ଗୁଡ଼ିକ ସମାଧାନ ଓ ନିରାକରଣ କିପରି ହେବ ତା ଉପରେ ମତ ରଖି ଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ. ମହେଶ୍ବର ସ୍ୱାଇଁ ସମାଜରେ ଯୌତୁକ ପ୍ରଥା ଏବଂ ଏହା ସହିତ ଜଡ଼ିତ ଅପରାଧ,ନିର୍ଯାତନା ଏକ ସାମାଜିକ ବ୍ୟାଧି ଓ ଦଣ୍ଡନୀୟ ଅପରାଧ, ଯୌତୁକ ନେବା ଓ ଦେବା ଏକ ଅପରାଧ ଏବଂ ଏହାର ମୂଳୋତ୍ପାଟନ ନିମନ୍ତେ ସମସ୍ତଙ୍କ ଗୁରୁ ଦାୟିତ୍ବ ରହିଛି ବୋଲି କହିଥିଲେ। ଯୌତକ ଅପରାଧ ଘଟିବାର ମୁଖ୍ୟ କାରଣ ସାମାଜିକ ପରମ୍ପରା, ଲିଂଗଗତ ଅସମାନତା,ଆର୍ଥିକ ଲୋଭ,ସଚେତନତା ଓ ଶିକ୍ଷା ର ଅଭାବ, ନକଲି ସାମାଜିକ ପ୍ରତିଷ୍ଠା, ପ୍ରଭାବହୀନ ଆଇନଗତ କାର୍ଯ୍ୟାନୁଷ୍ଠାନ । ଜିଲ୍ଲାପାଳ ଯୌତୁକ ପାଇଁ ଘଟୁଥିବା ଅପରାଧ ଓ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଆହ୍ଵାନ ଦେଇଥିଲେ ଏବଂ ଯୌତୁକ ନିଷେଧ ଅଧିନିୟମ ୧୯୬୧ କିପରି ତୃଣମୂଳ ସ୍ତରରେ ପହଞ୍ଚାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଏସ ଡି ପି ଓ ସରୋଜ ପୁନମ୍ କିଷ୍ପଟା ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରତିନିଧି ଭାବେ ଓକିଲ ରାକ୍ଷୀ ଜୈନ ସାଧନ କର୍ମୀ ଭାବରେ ଉପସ୍ଥିତ ରହି ଯୌତୁକ ନିର୍ଯାତନା ଓ ଏହାର ନିରାକରଣ ,ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ତାଲିମ ପ୍ରଦାନ କରିଥିଲେ। ସର୍ବୋପରି ଝିଅ ମାନେ ଶିକ୍ଷିତ ଏବଂ ଆତ୍ମନିର୍ଭର ହେଲେ ଓ ବିବାହ ପରବର୍ତୀ ଯୌତୁକ ନିର୍ଯାତନା ହେଲେ ଆଇନଗତ ସାହାଯ୍ୟ ନେଲେ ଏହି ସାମାଜିକ ବ୍ୟାଧି ଅଚିରେ ଲୋପ ପାଇବ ବୋଲି ମତ ପ୍ରକାଶ ପାଇଥିଲା।ଏହି ତାଲିମ ଶିବିର ରେ ଏ ଡି ପି ଏଚ ଓ ଡାକ୍ତର ମଳୟ କୁମାର ତ୍ରିପାଠୀ, ଡି ଇ ଓ ଛତ୍ରପତି ସାହୁ, ଡି ଆଇ ପି ଆର୍ ଓ ମନୋଜ ବେହେରା,ଶିଶୁ ସୁରକ୍ଷା ଅଧିକାରୀ ରାକେଶ ପଟ୍ଟନାୟକ, ଏ ଡି ଡ଼ବ୍ଲୁ ଓ ଭାରତ ଚନ୍ଦ୍ର ସାହୁ,ଧାର୍ମିକ ଅନୁଷ୍ଠାନ ସୁନୀ ଅଞ୍ଜୁମନ୍ କମିଟି ର ସଦସ୍ୟ , ରେଭ ଡ ବିସପ ନାଗ,ୱାନ ଷ୍ଟପ ସେଣ୍ଟର ର କର୍ମକର୍ତ୍ତା,ନବରଙ୍ଗପୁର ମହାବିଦ୍ୟାଳୟ ଉପାଧ୍ୟକ୍ଷ ସଙ୍ଗୀତା ତ୍ରିପାଠୀ ଓ ଛାତ୍ରୀ , ଶୋଭା ଏନ୍ ଜି ଓ ର ଜିଲ୍ଲା ପ୍ରତିନିଧିପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟରେ ଜିଲ୍ଲା ମହିଳା ସଶକ୍ତି କେନ୍ଦ୍ର କର୍ମଚାରୀମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଧିକାରୀ ରୋମା ପଟ୍ଟନାୟକ ଏହି ତାଲିମ ଶିବିରକୁ ସମ୍ପାଦନ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭା ସମ୍ପନ୍ନ କରିଥିଲେ।

Leave a Reply

Your email address will not be published. Required fields are marked *