ଜିଲ୍ଲା ସ୍ତରୀୟ “ଏକ ପେଡ ମା କେ ନାମ ୨.୦” ଚାରା ରୋପଣ ଅଭିଯାନ

ଭଦ୍ରକ ୧୭ .୦୯.୨୦୨୫ଭଦ୍ରକ ଜିଲ୍ଲା ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତଥା ଜଙ୍ଗଲ ପରିବେଶ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ “ଏକ ପେଡ ମା କେ ନାମ ୨.୦” ଚାରା ରୋପଣ ଅଭିଯାନ କାର୍ଯ୍ୟକ୍ରମ ଭଦ୍ରକ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗ୍ରା.ପ ର ଡାଙ୍ଗୁଆପଦା ରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟପାର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଚାରାରୋପଣ କାର୍ଯ୍ୟକ୍ରମ ହୋଇଯାଇଅଛି । ଏଥିରେ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲାପାଳ ଦିଲିପ ରାଉତରାଏ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ବନ ବିଭାଗୀୟ ଅଧିକାରୀ, ଚାନ୍ଦବାଲି, ଡେପୁଟି କଲେକ୍ଟର (ବିଚାର) କାର୍ତ୍ତିକ ନାଥ ମଣ୍ଡଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମଲ୍ଲିକ, ସରପଞ୍ଚ ବ୍ରହ୍ମପୁର ଗ୍ରା.ପ ଉପସ୍ଥିତ ଥିଲେ । ଭଦ୍ରକ ଜିଲ୍ଲାରେ ତିନି ଲକ୍ଷ ଦଶ ହଜାର ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବେଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ସମସ୍ତେ ଏକ ଦିବସୀୟ ବୃହତ ଚାରା ରେପଣ ଅଭିଯାନକୁ ସଫଳ କରିବା ସହିତ ଏକ ଫଟୋ ଉଠାଇ ମେରି ଲାଇଫ (Meri Life) ପୋର୍ଟାଲ ରେ ଅପଲୋଡ କରିବାକୁ ଅନୁରୋଧ କରିଥିଲେ । ସାଂସଦ ଅଭିମନ୍ୟୁ ସେଠୀ ବର୍ତ୍ତମାନର ଅସନ୍ତୁଳିତ ପରିବେଶ ରୁ ରକ୍ଷା ପାଇବାପାଇଁ ସୁସ୍ଥ ଅମ୍ଳଜାନ ର ଆବଶ୍ୟକତା ରହିଛି ଏବଂ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ୭୫ ତମ ଜନ୍ମ ଦିବସ କୁ ସ୍ମରଣୀୟ କରିବା ସହିତ ଏକ ସବୁଜ ସୁନ୍ଦର ଧରିତ୍ରୀ ର ସ୍ୱପ୍ନ କୁ ସାକାର କରିବାପାଇଁ ମା ଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କର ଅଭିଭାଷଣରେ ମା ଙ୍କର ପଣତ କାନିରେ ଆମେ ଯେପରି ନିଜକୁ ସୁରକ୍ଷିତ ମନେକରିଥାଉ ସେହିପରି ମା ରୂପକ ବୃକ୍ଷକୁ ଯଦି ଆମେମାନେ ଯତ୍ନର ସହିତ ଲାଳନ ପାଳନ କରି ବଢେଇବା ସେ ମଧ୍ୟ ଆମକୁ ସମସ୍ତ ବିପଦରୁ ରକ୍ଷା କରିବ । ସମସ୍ତେ ଏକ ପ୍ରାଣ ଓ ଏକ ମନରେ ସଂକଳ୍ପ କରିବା ଗଛ ଲଗେଇବା, ମିଳିମିଶି ଆମ ପରିବେଶ ର ଯତ୍ନ ନେବା, ଭବିଷ୍ୟତ ପିଢୀ ପାଇଁ ଏକ ସୁନ୍ଦର ପୃଥିବି ଗଢି ତୋଳିବା । ଏହାପରେ ସମସ୍ତେ ଉକ୍ତ ପଡିଆରେ ଚାରା ରୋପଣ କାର୍ଯ୍ୟକ୍ରମ କରିଥିଲେ । ତଦପରେ ସ୍ତାନୀୟ ମହାବୀର ମନ୍ଦିର ପ୍ରାଙ୍ଗଣରେ ସ୍ୱଚ୍ଛ ଉତ୍ସବ କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱଚ୍ଛ ସାଥୀମାନଙ୍କୁ କିଟ୍ ପ୍ରଦାନ କରିବା ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ହିଁ ସେବା ନାରା ରେ ସାମିଲ ହୋଇ ସ୍ୱଚ୍ଛ ସୁନ୍ଦର ଆମ ଭଦ୍ରକ କରିବାକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସାଂସଦ ଅଭିମନ୍ୟୁ ସେଠୀ ଆହ୍ୱାନ କରିଥିଲେ ।

Leave a Reply

Your email address will not be published. Required fields are marked *