ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

Date- 24/12/25 ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା 2025 ଉଦଯାପିତ ହୋଇ ଯାଇଛି । ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଡ଼ଃ ବୀରକିଶୋର ପରିଡା, ବିଭୁ ରଞ୍ଜନ ଦାସ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଅଜୟ କୁମାର ସାହୁ, ଦେଵବ୍ରତ ସାମଲ, ଜିତେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଦୁଇ ଦିନ ଧରି ଚାଳି ଚାଲିଥିବା ଏହି ମେଳାରେ ପ୍ରାଣୀସମ୍ପଦ ବିଭାଗ ଓ ମତ୍ସ୍ୟ ବିଭାଗ ପକ୍ଷରୁ ଷ୍ଟଲ ମାନ ଅତିଥିମାନେ ବୁଲି ଦେଖିଥିଲେ । ବିଶେଷ କରି ଏହି ଦୁଇଟି ବିଭାଗ ଅଧୀନରେ ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇ ପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । କୁକୁଡ଼ା ଚାଷ, ମାଛ ଚାଷ, ଧଳା ଘୁଷୁରୀ ଚାଷ, ଛେଳି ଚାଷ ଓ ଗୋ ପାଳନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ତେବେ ଆଗମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସବ ସିଡ ମାଧ୍ୟମରେ ଋଣ ଯୋଗାଇ ଦିଆଯିବା ସହିତ ଚାଷୀମାନେ କିପରି ଉପକୃତ ହୋଇ ପାରିବେ ସେ ନେଇ ଆଲୋଚନା କରାଯାଇଥିଲା । ପରେ ଏହି ମେଳାରେ ଶତାଧିକ ଚାଷୀ ଯୋଗ ଦେଇ ଥିବା ବେଳେ ସଫଳ ଚାଷୀ ଙ୍କୁ ସମ୍ମାନୀତ କରାଯିବା ସହିତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *