ମହିଳା ବିରୋଧୀ ହିଂସା ନିବାରଣ ଓ ନିରାକରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ

ଛତ୍ରପୁର ୨୬/୧୧ ;ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ କଲ୍ଯାଣ ବିଭାଗ, ଆଇ ଏସ ଆର ଡି- ୱାନ ଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନର ମିଳିତ ଆନୁକୁଲ୍ଯରେ ମହିଳା ଓ ବାଳିକା ମାନଙ୍କ ବିରୋଧରେ ଡିଜିଟାଲ ମାଧ୍ୟମରେ ହେଉଥିବା ହିଂସା କୁ ସଂପୂର୍ଣ୍ଣ ଭାବେ ଶେଷ କରିବା ପାଇଁ ମିଳିତ ଭାବରେ ୧୬ ଦିନିଆ କାର୍ଯ୍ୟକ୍ରମକୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ଦାସ ଆନୁଷ୍ଠାନିକ ଭାବେ ମଙ୍ଗଳବାର ଦିନ ଉଦଘାଟନ କରି ଲିଙ୍ଗ ଭିତ୍ତିକ ହେଉଥିବା ହିଂସାକୁ ସଂପୂର୍ଣ୍ଣ ଭାବେ ନିରାକରଣ କରିବା ପାଇଁ ଆହ୍ଵାନ ଦେଇଥିଲେ । ଲିଙ୍ଗଭିତ୍ତିକ ହିଂସା ବିରୁଦ୍ଧରେ ୧୬ ଦିନିଆ କାର୍ଯ୍ୟକଳାପ, ପ୍ରତିବର୍ଷ ୨୫ ନଭେମ୍ବରରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ପାଳିତ ଏକ ଆନ୍ତର୍ଜାତୀୟ ଅଭିଯାନ, ଯାହା ବ୍ୟାପକ ସଚେତନତା ସୃଷ୍ଟି କରିବା ଏବଂ ମହିଳା ଏବଂ ବାଳିକାମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାରର ହିଂସାକୁ ଦୂର କରିବା ପାଇଁ ସାମୂହିକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ଯତମ ଅତିଥି ଭାବେ ସାମାଜ କଲ୍ଯାଣ ଅଧିକାରୀ ପାର୍ବତୀ ସୋରେନ, ଓଡିଶା ଜୀବୀକା ବିକାଶ ସ୍ଵୟଂ ପ୍ରକଳ୍ପ ଅଧିକାରୀ ମନୋରମା ମଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ଜିଲ୍ଲା ସଂଯୋଜିକା ତଥା ଜିଲ୍ଲା ମହିଳା ସଶକ୍ତିକରଣ ହବ୍ ଗୀତାଞ୍ଜଳି ମହାରଣା, ଆଇ . ଏସ . ଆର . ଡି. ର ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମହିଳା ଓ ବାଳିକା ହିଂସା ଦୂରୀକରଣ କରିବା ପାଇଁ ସମସ୍ତେ ମିଳିତ ଭାବେ ଚେଷ୍ଟା କରିବା ସହ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ମତ ପ୍ରକାଶ କରିବା ସହ ୱାନ ଷ୍ଟପ୍ ସେଣ୍ଟର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ମହେଶ୍ଵତା ପାଢୀ ଜିଲ୍ଲାରେ ବିଭିନ୍ନ ସ୍ତରରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଲିଙ୍ଗ ସମାନତାକୁ ପ୍ରୋତ୍ସାହିତ କରିବା ଏବଂ ଆମ ଜିଲ୍ଲାରେ ମହିଳା ଏବଂ ବାଳିକାମାନଙ୍କ ପାଇଁ ସୁରକ୍ଷା, ମର୍ଯ୍ୟାଦା ଏବଂ ନ୍ୟାୟ ସୁନିଶ୍ଚିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବା ହେଉଛି ଏହି କାର୍ଯକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ, ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ସହିତ ମିଳିତ ଭାବରେ, ଜିଲ୍ଲା, ବ୍ଲକରେ ବିଭିନ୍ନ ସଚେତନତା ଏବଂ ପ୍ରସାର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହୁଁଛି, ଯେଉଁଥିରେ ସାମୁଦାୟିକ ସମ୍ବେଦନଶୀଳତା କାର୍ଯ୍ୟକ୍ରମ, ସ୍କୁଲ/କଲେଜ ସଚେତନତା ଅଭିଯାନ, ପଥପ୍ରାନ୍ତ ନାଟକ, ହିତାଧିକାରୀ ବୈଠକ ଏବଂ ଦକ୍ଷତା ବିକାଶ ଅଧିବେଶନ ଅନ୍ତର୍ଭୁକ୍ତ ।ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାରେ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର କର୍ମକର୍ତ୍ତା , ଅଙ୍ଗନୱାଡି କର୍ମୀ , ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ,ଏମବିକେ/ସିଆରପି ମାନଙ୍କ ସହ ଆଇ . ଏସ . ଆର.ଡି, ୱାନ ଷ୍ଟପ ସେଣ୍ଟର ଓ ଶକ୍ତି ସଦନର କର୍ମକର୍ତ୍ତା ଯୋଗ ଦେଇ ଜିଲ୍ଲା ପ୍ରଶାସନ କାର୍ଯ୍ୟ।ଳୟ ଠାରୁ ବିଶାଳ ଶୋଭା ଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରିବା ସହ ପଥ ପ୍ରାନ୍ତ ସଭା କରାଯାଇଥିଲା ।

Leave a Reply

Your email address will not be published. Required fields are marked *