ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ
ରାୟଗଡ଼ା-୨୩/୧୧-ରବିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ସ୍ଥାନୀୟ ଜିଲ୍ଲା ଅଦାଲତ ପରିସରରେ ସକାଳ ୯.୦୦ ଘଟିକା ଠାରୁ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ଚିତ୍ରାଙ୍କନ ପ୍ରତିଯୋଗିତା ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର ଅଦାଲତ ପରିସରରେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ପରିଚାଳନା କରିଥିଲେ l

ଅନ୍ୟ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍ସ ଅଦାଲତର ବିଚାରପତି ଶ୍ରୀମତି ସ୍ୱେତା ମିଶ୍ର, ମହିଳା କୋର୍ଟର ବିଚାରପତି ସସ୍ମିତା ମିଶ୍ର, ରେଜିଷ୍ଟ୍ରାର ଶ୍ରୀ ରାଣା ଘୋସ, ସବ୍ ଜଜ୍ ଶ୍ରୀ ଆଶିଷ ପଟ୍ଟନାଏକ, ଉପଖଣ୍ଡୀୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ବର୍ଷା ଦାସ, ଗ୍ରାମ ନ୍ୟାୟଧିକାରୀ ଏସ୍.ଆର ତୋସାଲି ଏବଂ ରାୟଗଡା ବାର ଆସୋସିଏସନର ଆଇନଜୀବି ଶ୍ରୀ ଦେବରାଜ ନାଏକ ଓ ଅନ୍ୟ ଆଇନ ଜୀବି ପ୍ରମୁଖ ଯୋଗଦେଇଥିଲେ l ଜିଲ୍ଲାର ସମସ୍ତ (ସରକାରୀ ଓ ବେସରକାରୀ) ସ୍କୁଲର ଛାତ୍ର ଛାତ୍ରୀ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l
