ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

କୋରାପୁଟ,୨୪।୧୧()ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, କୋଟପାଡ଼ ବିଧାୟକ ରୂପୁ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।ଆସନ୍ତା ଡ଼ିସେମ୍ବର ମାସ ୧୧ ତାରିଖ ଦିନ ମଣ୍ଡି ଖୋଲାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜୟପୁର ଓ କୋରାପୁଟ ଉପଖଣ୍ଡରେ ୧୦୮ ଟି ମଣ୍ଡି ଖୋଲାଯିବ।କୋରାପୁଟ ଉପଖଣ୍ଡରେ ୨୫ ଏବଂ ଜୟପୁର ଉପଖଣ୍ଡରେ ୮୩ ଟି ମଣ୍ଡିରେ ଧାନ ସଂଗ୍ରହ କରାଯିବ। ୪୪୧୦୪ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ କରିଛନ୍ତି। ବିଗତ ଧାନ ମଣ୍ଡିରେ ଚାଷୀ ବିକ୍ରୀ କରିଥିବା ଧାନର ଖାଲି ଅଖା ଓ ହେଣ୍ଡଲିଙ୍ଗ ଚାର୍ଜ ଚାଷୀଙ୍କୁ ପ୍ରଦାନ କରିବାକୁ ସଦସ୍ୟ ମାନେ ଦାବି କରିଥିଲେ। ପ୍ରତ୍ୟେକ ମଣ୍ଡିରେ ଭିତ୍ତିଭୂମି ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଚାଷୀ ମାନେ ଦାବି କରିଥିଲେ।ପ୍ରତ୍ୟେକ ମଣ୍ଡିରେ ସିସିଟିଭି ସ୍ଥାପନ କରାଯାଇ ଦଲାଲ ମାନଙ୍କ ଉପରେ ତୀକ୍ଷଣ ନଜର ରଖାଯିବ।

ସଂପୂର୍ଣ୍ଣ ପ୍ରକ୍ରିୟାକୁ ସ୍ବଚ୍ଛ କରିବା ନିମନ୍ତେ ମଣ୍ଡିରେ ନୋଡାଲ ଅଫିସର ଓ ସୁପରଭାଇଜର ନିଯୁକ୍ତ କରାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ବିଡିଓ ଓ ତହସିଲଦାର ମାନେ ମହିଳା ଏସଏଚଜିର ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଆରଏମସି ଦ୍ବାରା ମଣ୍ଡି ଭିତ୍ତିଭୂମିର ବିକାଶ କାର୍ଯ୍ୟ ଆରମ୍ଭ କରାଯାଉଛି ବୋଲି ସେ କହିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର ଉପ ଜିଲ୍ଲାପାଳ ଆକାବରମ ଶସ୍ୟା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କୃଷି ଅଧିକାରୀ,ଜିଲ୍ଲା ପରିଷଦ ଉପ ସଭାପତି ରାଧା ବିନୋଦ ସାମନ୍ତରାୟଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ।ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର ଯୋଗଦେଇ ପରିଚାଳନା କରିଥିଲେ।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଯୋଗଦେଇ ଧନ୍ୟବାଦ ଅର୍ପଣ କରିଥିଲେ।କୋରାପୁଟ ଜିଲ୍ଲା କୃଷକ କଲ୍ୟାଣ ମଞ୍ଚ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ପ୍ରଦାନ କରାଯାଇଛି।ଏହି ଦାବିଗୁଡିକର ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିବା କୃଷକ କଲ୍ୟାଣ ମଞ୍ଚ ସଂପାଦକ ନରେନ୍ଦ୍ର କୁମାର ପ୍ରଧାନ କହିଛନ୍ତି।ବୈଠକ ଶେଷ ପରେ ଜିଲ୍ଲାପାଳ କୃଷକ ନେତା ମାନଙ୍କ ସହ ଦାବି ସଂପର୍କରେ ଆଲୋଚନା କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *