ଶ୍ରମିକ ସଂଗଠନର ଜିଲ୍ଲାସ୍ତରୀୟ ରାତ୍ରି ଜାଗରଣ ଦିବସ ପାଳିତ
ଶ୍ରମିକ ସଂଗଠନର ଜିଲ୍ଲାସ୍ତରୀୟ ରାତ୍ରି ଜାଗରଣ ଦିବସ ପାଳିତ।
ରଘୁନାଥପୁର:-୧୬/୮()ରଘୁନାଥପୁର ବ୍ଲକ ଗୋକୁଳପୁର ସ୍ଥିତ ତାରପୁର ଆଞ୍ଚଳିକ କମଟି ଅଫିସ ପରିସରରେ ସିଆଇଟିୟୁ ଜଗତସିଂହପୁର ଜିଲ୍ଲା କମିଟି,ଓଡିଶା କୃଷକ ସଭା ଓ କ୍ଷେତମଜୁଦୂର ୟୁନିଅନ ଆନୁକୁଲ୍ୟରେ ୧୪ ଅଗଷ୍ଟ ରାତ୍ରି ଜାଗରଣ ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ସମ୍ପାଦକ ଶରତ କୁମାର ବେହେରା ପୌରହିତ କରିଥିଲେ।ଏଥିରେ ସିଆଇଟିୟୁ ରାଜ୍ୟ ଉପସଭାପତି ଲୋଭାକାନ୍ତ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଶ୍ରମିକମାନଙ୍କ ପ୍ରତି ଥିବା ଅବିଚାର ସମ୍ପର୍କରେ ଆଲୋକପାତ କରିଥିଲେ।ଯେଉଁ ରାଜ୍ୟରେ ଛାତ୍ରୀ ଓ ମହିଳାମାନେ ଦିନ ଦ୍ବିପହରରେ ନିର୍ଯ୍ୟାତିତ ହେଉଛନ୍ତି,ସେଠାରେ ସରକାର ମହିଳାମାନଙ୍କ ପାଇଁ ରାତ୍ରିକାଳିନ କାର୍ଯ୍ୟର ବ୍ୟବସ୍ଥା କରିବା ଅଗ୍ରହଣୀୟ ବୋଲି ମୁଖ୍ୟ ଅତିଥି ସ୍ବାଇଁ ପ୍ରକାଶ କରିଥିଲେ।ଏହାଛଡା ସରକାରଙ୍କ ଘରୋଇକରଣ ପ୍ରୀତି ଦେଶକୁ ପରାଧୀନ ଆଡକୁ ଅଗ୍ରସର କରାଉଥିବାବେଳେ ଏହା ଶ୍ରମିକ,କୃଷକ ଓ ସାଧାରଣ ଜନତାଙ୍କ ସ୍ବାର୍ଥ ବିରୋଧୀ ବୋଲି ସେ ପ୍ରକାଶ କରିଥିଲେ।ଏଣୁ ଶ୍ରମିକ ୟୁନିଅନ ପକ୍ଷରୁ ମହିଳାଙ୍କ ରାତ୍ରିକାଳୀନ କାର୍ଯ୍ୟ ଓ ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ କରାଯିବା ସହ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଉପସଭାପତି ସ୍ବାଇଁ ବକ୍ତବ୍ୟରେ ପ୍ରକାଶ କରିଥିଲେ।କ୍ଷେତମଜଦୂର ୟୁନିଅନର ରାଜ୍ୟ କମିଟି ସଭ୍ୟ ଯୁଧିଷ୍ଟିର ଦାସ ଶ୍ରମିକଙ୍କ ଅଧିକାର ଓ ଦାଇତ୍ୱବୋଧତା ସମ୍ପର୍କରେ ଆଲୋଚନା କରିବା ସହ ଶ୍ରମିକ ଜାଗ୍ରତ ହେଲେ ରାତ୍ରିଜାଗରଣ ଦିବସର ଉଦ୍ଦେଶ୍ୟ ସଫଳ ହେବ ବୋଲି ସେ ପ୍ରକାଶ କରିଥିଲେ।ଅନୁରୂପ ଭାବେ ଓଡିଶା କୃଷକ ସଭାର ଜିଲ୍ଲା ଆବାହକ ଗଣେଶ ମାଣିଆ,ଆଞ୍ଚଳିକ କମିଟି ତାରପୁର ସମ୍ପାଦକ ସଞ୍ଜୟ ପରିଡା,କର୍ମକର୍ତ୍ତା ପ୍ରଫୁଲ୍ଲ ନାୟକ,ରମେଶ ବେହେରା,ସୁବାଷ ମହାରଣା, ଯୁଗଳ କିଶୋର ବାରିକ ଓ ଯୋଗେନ୍ଦ୍ର ନାୟକ ପ୍ରମୁଖ ରାତ୍ରି ଜାଗରଣ ଦିବସର ଉଦେଶ୍ୟ ଓ ଶ୍ରମିକଙ୍କ ବହୁବିଧୀ ସମସ୍ୟା ସମ୍ପର୍କରେ ମତ ରଖିଥିଲେ।ଏହ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ୨ ସହ ସଦସ୍ୟ ଯୋଗ ଦେଇଥିଲେ।
