ବିଜୁ ପଟ୍ଟନାୟକ ଅଡିଟୋରୀୟମରେ ଜିଲ୍ଲାସ୍ତରୟ ମାଣ୍ଡିଆ ଦିବସ ୨୦୨୫ ପାଳିତ

ରାୟଗଡ଼ା-୭/୧୧-ରାୟଗଡା ଜିଲ୍ଲାର ସଦର ମହକୁମା ବିଜୁ ପଟ୍ଟନାୟକ ଅଡିଟୋରୀୟମଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ୨୦୨୫ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଓ ସହକାରୀ ବୈଷୟିକ ପରିଚାଳକ କୃଷି ବିଭାଗ ମୁନିଗୁଡା ଉତ୍ତମ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି ଜିଲ୍ଲା ପରିଷଦ ସୁଶ୍ରୀ ସରସ୍ଵତି ମାଝୀ ଯୋଗ ଦେଇ ସମସ୍ତକୁ ଉତ୍ସାହିତ ଓ ଅନୁପ୍ରାଣିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବରେ ମାନ୍ୟବର ସାଂସଦ କୋରାପୁଟଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସୁଧୀର ଚନ୍ଦ୍ର ପଣ୍ଡା,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏସ୍ . କେ. ଏହେସାନ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ମୃଣ୍ମୟ କୁମାର ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ବିଭାଗ ଶ୍ରୀଯୁକ୍ତ ଦାମୋଦର ପାଣିଗ୍ରାହୀ ,କୃଷି ଜିଲ୍ଲା ଅଧିକାରୀ ଗୁଣୁପୁର ଶ୍ରୀଯୁକ୍ତ ଦିବ୍ୟ ସ୍ୱରୂପ ପଣ୍ଡା, ଏ. ଡି.ପି .ହେଚ . ଓ. ଏଫ୍.ଦବ୍ଲ୍ୟା ଡକ୍ଟର ମମତା ପ୍ରଧାନ, ସହକାରୀ ଯନ୍ତ୍ରୀ ସରୋଜିନୀ ବାଗ ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ ,ସହକାରୀ ମତ୍ସ୍ୟ ଅଧିକାରୀ ସୁଶ୍ରୀ ପ୍ରିତିସ ନନ୍ଦା ପଟ୍ଟନାୟକ, ପ୍ରକଳ୍ପ ପ୍ରଶାସକ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ସେକ୍ସନ ଅଧିକାରୀ ଡି ବି ଏସ ରାଓ ,ସହକାରୀ ଜଙ୍ଗଲ ସଂରକ୍ଷକ ଶ୍ରିଯୁକ୍ତ ଅଶୋକ କୁମାର ପ୍ରଧାନ,ଜିଲ୍ଲା ପ୍ରକଳ୍ପ ପରିଚାଳକ ଓଡ଼ିଶା ଜୀବିକା ମିଶନ ଶ୍ରୀଯୁକ୍ତ ଶଙ୍କର ଚାଲାଣ ଓ ଜିଲ୍ଲା ସଂଯୋଜକ ଶ୍ରୀ ଅନ୍ନ ଅଭିଯାନ ଶିଳାଭଦ୍ର ଦିଗାଲ ପ୍ରମୁଖ ଅଧିକାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ବିଷୟରେ ସୂଚନା ଦେଇଥିଲେ ।ଏଥି ସହିତ ସଫଳ ସହଯୋଗୀ ଅନୁଷ୍ଠାନ, କୃଷକ ଉତ୍ପାଦକ ସଂଗଠକ,ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ,ସଫଳ ଷ୍ଟଲ୍ ସହ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁଷ୍ପଗୁଚ୍ଛ,ଉପଢୌକନ, ପ୍ରମାଣ ପତ୍ର ସହ ଅଙ୍ଗ ବସ୍ତ୍ର ଦେଇ ସମ୍ମାନୀତ କରାଯାଇଥିଲା।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନିଜର ସ୍ଵାଗତ ଅଭିଭାଷଣରେ ଶ୍ରୀ ଅନ୍ନ ଅଭିଯାନ ମାଧ୍ଯମରେ ୩୦ଟି ଜିଲ୍ଲାରେ ୧୭୭ଟି ବ୍ଲକରେ ,୨୮୮୪ ଗ୍ରାମ ପଞ୍ଚାୟତ ସହ ୧୪୮୪୧ ଗ୍ରାମ ଓ ୨୪୩୨୫୬ ଜଣ ଚାଷୀ ଏହି ମାଣ୍ଡିଆ ଚାଷରେ ଉପକୃତ ହେଉଛନ୍ତି ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ନିଜର ଅଭିଭାଷଣରେ ଚଳିତ ବର୍ଷର ଥିମ୍ କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣରେ ନାରୀମାନଙ୍କ ଭୂମିକା ଥିବା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ବିଶେଷ ଭାବରେ ଶ୍ରୀ ଅନ୍ନ ଅଭିଯାନ ସହ ଜଡ଼ିତ କାର୍ଯକାରୀ ଅନୁଷ୍ଠାନ ଗୁଣୁପୁରର ଆଶା, ରାୟଗଡ଼ାର ଓ.ପି.ଡି.ଏସି, କାଶିପୁରର ଅଗ୍ରଗାମୀ, ଚନ୍ଦ୍ରପୁରର ପ୍ରଭାତଙ୍କ ଦ୍ଵାରା ମାଣ୍ଡିଆ ପ୍ରସ୍ତୁତ କେକ୍ ଅତିଥିଙ୍କ ଦ୍ଵାରା କଟା ଯାଇଥିଲା । ଫୁଡ୍ ଷ୍ଟଲ୍ରେ ମାଣ୍ଡିଆ ତିଆରି ସୁନ୍ଦର ଓ ସୁସ୍ୱାଦୁକର ଖାଦ୍ୟ ଚାଷୀ ଭାଇମାନେ ଓ ଅତିଥିମାନେ ଗ୍ରହଣ କରିଥିଲେ। ସଭାସାଙ୍ଗ ପରେ ଅତିଥିମାନଙ୍କ ଦ୍ଵାରା ଷ୍ଟଲ୍ ଓ ମାଣ୍ଡିଆ ରଥ ଉଦ୍ଘାଟିତ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ତଥା ଚାଷୀ ଭାଇ ଓ ଭଉଣୀମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା ।ଶେଷରେ କୃଷି ଜିଲ୍ଲା ଅଧିକାରୀ ଗୁଣୁପୁର ଅତି ସୁନ୍ଦର ଭାବରେ ସମସ୍ତଙ୍କ ଉଦ୍ଧେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *