ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ

ଜଗତସିଂହପୁର, ୨୫/୦୧/୨୬: ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି।  ଚଳିତ ବର୍ଷର ଥିମ୍ “ମୋ ଭାରତ, ମୋ ଭୋଟ, ସିଟିଜେନ୍ ଆଟ ଦ ହାର୍ଟ ଅଫ ଡେମୋକ୍ରାସି”କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଜେ ସୋନାଲ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ରାୟ,ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀ ପ୍ରଶାନ୍ତ କୁମାର ସେଠୀ, ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାପାଳ  ନିଜ ବକ୍ତବ୍ୟରେ କହିଥିଲେ ଯେ ଭାରତ ହେଉଛି ବିଶ୍ଵ ର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର  । ଏହାର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଅନ୍ୟ ରାଷ୍ଟ୍ର ଅପେକ୍ଷା ସ୍ଵତନ୍ତ୍ର। କିନ୍ତୁ ଏହି ଗଣତାନ୍ତ୍ରିକ ମୂଲ୍ୟବୋଧ ର ସ୍ଥାୟୀତ୍ବ ବଜାୟ ରଖିବା ଆମ ସମସ୍ତଙ୍କର ବିଶେଷ କରି ଯୁବପିଢୀ ଙ୍କ ଉତ୍ତର ଦାୟିତ୍ଵ।ବୈଦିକ ଯୁଗରୁ ଏବେ ଯାଏଁ ନିର୍ବାଚିତ ପ୍ରତିନିଧିଙ୍କ ଦ୍ଵାରା ଶାସନ ପରମ୍ପରା ଜାରି ରହିଛି। ଜାତି, ଧର୍ମ, ଲିଙ୍ଗ ବର୍ଣ୍ଣ ନିର୍ବିଶେଷରେ ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମତଦାନ ଅଧିକାର ଦିଆଯାଇଛି। ଯଦି ଭୋଟ ନଦେବା, ତାହେଲେ ଶାସନ କଳକୁ ପ୍ରଶ୍ନ କରିବାର ନୈତିକ ଅଧିକାର ଆମର ରହିବ ନାହିଁ ବୋଲି ସେ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଥିଲେ ଯେ ନିର୍ବାଚନ ହେଉଛି ଗଣତନ୍ତ୍ରକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭାରତୀୟ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା। ସ୍ଵଚ୍ଛ ନିରପେକ୍ଷ ଏବଂ ତ୍ରୁଟି ବିହୀନ ଭୋଟର ତାଲିକା ତିଆରି ହେବା ପାଇଁ ଏକ ପ୍ରକ୍ରିୟା ରହିଛି। ଏକ ନିର୍ଭୁଲ ମତଦାତା ତାଲିକା ତିଆରି କରିବା ଦିଗରେ ବିଶେଷ ପ୍ରୟାସ କରାଯାଉଅଛି । ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସ୍ୱଚ୍ଛ ସୁଦୃଢ଼ କରିବା ପାଇଁ ସମସ୍ତଙ୍କ ନୈତ l

Leave a Reply

Your email address will not be published. Required fields are marked *