ଜିଲ୍ଲା ପରିଷଦ କାଯ୍ୟାଳୟରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ କମିଟି ବୈଠକ ଅନୁଷ୍ଠିତ

ଆଜି ଦିବା ୯ଟା ରେ ଭଦ୍ରକ ଜିଲ୍ଲା ପରିଷଦ କାଯ୍ୟାଳୟରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ କମିଟି ବୈଠକ ଅନୁଷ୍ଠିତ ହୋଯାଇଅଛି। ଏଥିରେ ଭଦ୍ରକ ସଂ।ସଦ ଶ୍ରୀ ଅଭିମନ୍ୟୁ ସେଠୀ ଙ୍କ , ବିଧାୟକ ସଞ୍ଜୀବ ମଲ୍ଲିକ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ବିଧାୟକ ଚାନ୍ଦବାଲି ଙ୍କ ପ୍ରତିନିଧି ଅଶୋକ ବଳ ଉପସ୍ଥିତ ହୋଇଥିଲେ।ଏହି ମିଟିଂ ଅଧ୍ୟକ୍ଷତାରେ କରିଥିଲେ ଜିଲ୍ଲାପାଳ ଶ୍ରୀ ଦିଲିପ ରାଉତରାଏ। ଅନ୍ୟ ପ୍ରଶାସନିକ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶାନ୍ତନୁ ମହାନ୍ତି, ମୂଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା,ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ ଶ୍ରୀମତୀ ସାଗରିକ ସାହୁ ସହିତ ଜିଲ୍ଲା ସମେତ ବାଲେଶ୍ଵର, ଯାଜପୁର ଜିଲ୍ଲା ର ବିଭିନ୍ନ ଅଧିକାରୀ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ।

ଏହି ମିଟିଂ କୁ ଆୟୋଜକ କରିଥିଲେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ,ଭଦ୍ରକ। ପ୍ରଥମେ ଉକ୍ତ ବୈଠକ ର ବିପର୍ଯୟ ପରିଚାଳନାର ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟ ବିଷୟ ରେ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା କରିଥିଲେ।ବାତ୍ୟା ନିୟନ୍ତ୍ରଣ,ବନ୍ୟା ନିୟନ୍ତ୍ରଣ , ଲୁଣା ପାଣି ନିୟନ୍ତ୍ରଣ, ଏଵଂ ଏହାର ପରିଚଳନା ବିଷୟ ରେ ବିଧାୟକ ଓ ସାଂସଦ ଲୋକଙ୍କ ସମସ୍ୟା ଓ ସଂପୃକ୍ତ ଅଧିକାରୀଙ୍କ କର୍ତ୍ତବ୍ୟ ବିଷୟରେ ଜଣାଇ ଥିଲେ। ସମସ୍ୟା ଆଦି ବିଷୟ ର ଅଗ୍ରଗତି ଉପରେ ସମୀକ୍ଷା ହୋଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ଙ୍କୁ ସାଂସଦ ଓ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ପରିଶେଷରେ ଉପ ଜିଲ୍ଲପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *