ଜିଲ୍ଲା ସ୍ତରୀୟ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ସମନ୍ଵୟ ସମିତିର ବୈଠକ ଅନୁଷ୍ଠିତ
ରାୟଗଡା , ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ରାୟଗଡ଼ା ଜିଲ୍ଲାର ବୈଠକ ବୁଧବାର ଦିନ ଗୋପାଳବାଡି ସ୍ଥିତ ଉତ୍କଳ ଖଦୀ ମଣ୍ଡଳୀ ମାଧ୍ୟମିକ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀଯୁକ୍ତ ବିଜୟ କୁମାର ନାୟକଙ୍କ ଆବାହକତ୍ୱ ଓ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅନିଲ କୁମାର ପୁରୋହିତଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସହ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପାଢୀ, ଜିଲ୍ଲା ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ସୁଧୀର କୁମାର ଦଳପତି, ଜିଲ୍ଲା ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଅବସର ପ୍ରାପ୍ତ ଶିକ୍ଷକ ସଂଘ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେଜ, ଜିଲ୍ଲା ଓଷ୍ଟା ସଙ୍ଗଠନର ଶ୍ରୀଯୁକ୍ତ ନିରଞ୍ଜନ ନାୟକ,ମନୋଜ କୁମାର ସାହୁକାର, ସୋମନାଥ ଗଣ୍ଠିଆ, ପ୍ରତାପ ଚନ୍ଦ୍ର ରାଜୁ, ମୁରଲୀଧର ପ୍ରଧାନ, ନୃସିଂହ ଚରଣ ପତି,ଅନୀତା ସାହୁ,ଈପିଲି ଦେବକୀ ରାଣୀ, ପ୍ରଦୀପ୍ତ କୁମାର ପଣ୍ଡା,ଦୀପକ କୁମାର ପଣ୍ଡା, ସରୋଜ କୁମାର ବେଉରୀଆ, ହରି ଅଟକା , ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ରବିନ୍ଦ୍ରନାଥ ନାୟକ, ମନୋଜ କୁମାର ଡାକୁଆ ଓ ଜିଲ୍ଲା ଓଷ୍ଟା ସଙ୍ଗଠନର ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ରଥ ପ୍ରମୁଖ ମଞ୍ଚାସୀନ ରହି ଆଗାମୀ ୧୦ ତାରିଖରେ ହେବାକୁ ଥିବା ଭୁବନେଶ୍ବର ମହାସମାବେଶରେ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ଅନୁରୋଧ କରିଥିଲେ। ସଭାପତି ଶ୍ରୀଯୁକ୍ତ ପୁରୋହିତ କହିଥିଲେ ଯେ ପୂର୍ବ ସରକାରଙ୍କ କଠୋର ମନୋଭାବ ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କୈ।ଣସି ଅନୁଦାନ ମିଳିଲା ନାହିଁ, ସେମାନେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ଚାକିରି କରିସାରିବା ପରେ ମଧ୍ୟ ପେନସନ ଓ ଅବସରକାଳୀନ ସୁବିଧାରୁ ବଂଚିତ ହେଲେ ଏଥି ସହିତ ଆମ ଜିଲ୍ଲାର ଆହୁରି ଦୁଇଟି ଅନୁଦାନ ଯୋଗ୍ୟ ମାଧ୍ୟମିକ ବିଦ୍ୟାଳୟ ଅନୁଦାନ ପାଇପାରି ନାହାଁନ୍ତି, ବର୍ତ୍ତମାନ ସୁଦ୍ଧା ଆମ ଜିଲ୍ଲାରେ ଦଶ ଜଣରୁ ଉର୍ଦ୍ଧ୍ବ ଶିକ୍ଷକ ରିକ୍ତ ହସ୍ତରେ ଅବସରର ନେଇ ସାରିଛନ୍ତି। ଏଣୁ ଏହିଭଳି ଅସୁବିଧାରେ ଶିକ୍ଷକ କିପରି ଗୁଣାତ୍ମକ ଶିକ୍ଷାଦାନ କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏ ସବୁର ସମାଧାନ ପାଇଁ ଆସନ୍ତା ୧୦ ତାରିଖରେ ଭୁବନେଶ୍ଵର ଗାନ୍ଧୀ ମାର୍ଗରେ ହେବାକୁ ଥିବା ମହାସମାବେଶରେ ବିପୁଳ ସଂଖ୍ୟାରେ ଯୋଗଦାନ କରିବାକୁ ଆହ୍ବାନ କରାଯାଇଥିଲା। ପରିଶେଷରେ ସନ୍ତୋଷ କୁମାର ସତପଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗଦାନ କରିଥିଲେ। ରାୟଗଡାରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ।
