ଜିଲ୍ଲା ସ୍ତରୀୟ ଏକ ଦିନକିଆ ଘରୋଇ ହିଂସା ରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ ୨୦୨୫
ନବରଙ୍ଗପୁର ତା ୩୦/୧୦/୨୦୨୫ ରିଖ: ଆଜି ପୂର୍ବାହ୍ନ୧୧:୦୦ ସମୟରେ ନବରଙ୍ଗପୁର ଅଶୋକ ମେହେତା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଏକ ଦିନିଆ ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ ୨୦୦୫” ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହିଁ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରପୌଦୀ କହଁର, ମହିଳା ଆଇନଜିବୀ କିଶୋରୀ ପଟ୍ଟନାୟକଙ୍କ ସମେତ ଡି ଆଇ ପି ଆର୍ ଓ ମନୋଜ ବେହେରା,ଡି ଡ଼ବ୍ଲୁ ଓ ରବୀନ୍ଦ୍ର ପାଲକା ପ୍ରମୁଖ ଉପସ୍ଥିତ ଥିଲେ। ମହିଳା ଆଇନଜୀବି ଶ୍ରୀମତୀ କିଶୋରୀ ପଟ୍ଟନାୟକ ( ସଖୀ )ୱାନ ଷ୍ଟପ୍ ସେଣ୍ଟର ସାଧନ କର୍ମୀ ଭାବରେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। ଆଇନଜୀବୀ କିଶୋରୀ ପଟ୍ଟନାୟକ ମହିଳାଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ୍ ୨୦୦୫ ଅନୁଯାୟୀ ମହିଳାମାନଙ୍କୁ ଶାରୀରିକ,ଯୌନ,ବାକ ଓ ମାନସିକ ଏବଂ ଆର୍ଥିକ ନିର୍ଯାତନା ଦେଉଥିବା ଆତ୍ୟଚାରୀଙ୍କ ବିରୁଦ୍ଧ ରେ କିଭଳି ପଦକ୍ଷେପ ନେବେ, ତା ସହିତ ସୁରକ୍ଷା ପ୍ରଦାନକାରୀ ଅଧିକାରୀ, ସେବା ପ୍ରଦାନକାରୀ,ପୋଲିସ ଏବଂ ମାଜିଷ୍ଟ୍ରେଟ ଙ୍କୁ ଆବେଦନ କରିବେ ଓ କିଭଳି ସାହାଯ୍ୟ ପାଇବେ ତା ଉପରେ ବିଶେଷ ତାଲିମ ଦେଇଥିଲେ। ଜିଲ୍ଲାରେ ବହୁଳ ଭାବେ ବାଲ୍ୟ ବିବାହ, ନାବାଳିକା ବୟସରେ ସନ୍ତାନ ଧାରଣ,ମହିଳା ମାନଙ୍କ ପ୍ରତି ନିର୍ଯାତନା କୁ ରୋକିବାକୁ ବିଶେଷ ସଚେତନତା କରିବାକୁ ସଭାରେ ମତ ପ୍ରକାଶ ପାଇଥିଲା।ପୋଲିସ ବିଭାଗରୁ ମହିଳା ସେଲ ଏବଂ ସ୍ଥାନୀୟ ଥାନାର ୪ ଜଣ ପୋଲିସ ଅଧିକାରୀ, ୧୦ ଟି ବ୍ଲକ୍ ରୁ ୧୦ ଜଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, “ସଖୀ “ର ୩ ଜଣ କର୍ମକର୍ତ୍ତା, ୨ଟି ଶକ୍ତି ସଦନ ର ୪ ଜଣ କର୍ମକର୍ତ୍ତା, ଜିଲ୍ଲା ମହିଳା ସଶକ୍ତିକରଣର ସମସ୍ତ କର୍ମକର୍ତ୍ତା, “ଆଭା”ସଂସ୍ଥା ର କର୍ମକର୍ତ୍ତା, ମେଡ଼ିକାଲ ଅଫିସର, ବାଲ୍ୟବିବାହ ନିରାକରଣ “ସଭା” ଏନ୍ ଜି ଓ ର କର୍ମକର୍ତ୍ତା ସମସ୍ତେ ତାଲିମ ଗ୍ରହଣକାରି ଭାବେ ଯୋଗଦାନ କରିଥିଲେ।ଜିଲ୍ଲାପାଳ ଡ଼ଃ ମହେଶ୍ବର ସ୍ୱାଇଁ ବାଳିକା ଓ ମହିଳାମାନଙ୍କ ନିର୍ଯାତନା ବୃଦ୍ଧି ରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଦାୟୀ ରହୁଥିବା ଅଭିଭାବକ ମାନଙ୍କ ଉପରେ ଦୃଷ୍ଟାନ୍ତମୂଳ ଦଣ୍ଡ ବିଧାନ ତଥା ପୋଲିସ କେଶ୍ କରି ସେମାନଙ୍କୁ ଦଣ୍ଡ ବିଧାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ଦେବା ଏବଂ ସଫଳ କିଶୋରୀ ମାନଙ୍କୁ ଆଦର୍ଶ ଭାବେ ପ୍ରଦର୍ଶନ କରି ବାଲ୍ୟ ବିବାହ, ଘରୋଇ ହିଂସା ଇତ୍ୟାଦିକୁ ବନ୍ଦ କରିବା ଦିଗରେ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ।ସୁରକ୍ଷା ପ୍ରଦାନ ଅଧିକାରୀ ଶ୍ରୀମତୀ ରମା ପଟ୍ଟନାୟକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।
