ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ୨୦୨୬ ଅନୁଷ୍ଠିତ ।
ଫୁଲବାଣୀ ତା,୧୩/୦୧ କନ୍ଧମାଳ ଜିଲ୍ଲା ମୁଖ୍ୟ କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ମଧ୍ୟରେ ଏକ ବର୍ଣ୍ଣଢ୍ୟ ପରିବେଶରେ ଆଜି ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ହୋଇଯାଇଛି | କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ମୁଖ୍ୟ ଅତିଥି ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଳିକ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ସମ୍ମାନିତ ଅତିଥିଭାବେ ମୁଖ୍ୟଯନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ପ୍ରାଣୀ ସମ୍ପଦ ବିଭାଗର ପ୍ରୋଗ୍ରାମ ଅଧିକାରିଣୀ ଶ୍ରୀମତୀ ଅଳକା ପଟ୍ଟନାୟକ ଙ୍କ ସହିତ ସହକାରୀ ବନ ସଂରକ୍ଷଣ ଅଧିକାରିଣୀ ସୁଶ୍ରୀ ଶ୍ୱେତଲିନା ସାହୁ, ବିଭାଗୀୟ ଅଧିକାରିଣୀ ଙ୍କ ସହିତ କୃଷି ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ଶୁମୀନ ସାହୁ, ପ୍ରଦୀପ ପ୍ରଜ୍ବଳନ କରିଥିଲେ | ଏହାପରେ ବନ୍ଦେ ମାତରଂ ସଂଗୀତ ଅତି ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା,ଏହାପରେ ମୁଖ୍ୟ ଯନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ଆରମ୍ଭ କରିଥିଲେ | ବରେଣ୍ୟ ମଞ୍ଚାସୀନ ଅତିଥି ବୃନ୍ଦ ପାଣି ପଞ୍ଚାୟତ ଓ ପାଣିପାଞ୍ଚାୟତ ର କାର୍ଯ୍ୟକାରିତା, ପ୍ରାଣୀ ସମ୍ପଦ ସୁରକ୍ଷା ପଶୁପାଳନ, ମତ୍ସ୍ୟ ଚାଷ, ଜଙ୍ଗଲ ସୁରକ୍ଷା, ନିଆ ଦାଉରୁ ଜଙ୍ଗଲ କୁ ରକ୍ଷା କରିବା ଉପରେ ସଭାରେ ଆଲୋଚନା କରିଥିଲେ | ପାଣି ପଞ୍ଚାୟତର କାର୍ଯ୍ୟକ୍ରମ ରେ ଯୋଗଦାନ ଜରିଥିବା ଚାଷୀ ମାନଙ୍କୁ ପାଣି ପଞ୍ଚ।ୟତ ଲୋଗୋ ଥୀବା ଗୈରିକ ରଙ୍ଗର ଗୋଟାଏ ଗୋଟାଏ ବାନିୟନ ପ୍ରଦାନ କରାଯାଇଥିଲା | ପ୍ରାଣୀ ସମ୍ପଦର ସୁରକ୍ଷା ଏବଂ ଚାଷୀ ମାନେ କିପରି ଲାଭବାନ ହୋଇପାରିବେ ତାରି ଉପରେ ଅତି ସୁନ୍ଦର ଭାବେ ଶ୍ରୀମତୀ ଅଳକା ପଟ୍ଟନାୟକ ନିଜର ଅଭିଭାଷଣ ରେ ଚାଷୀ ମାନଙ୍କୁ ସଚେତନ କରିଥିଲେ | ବହୁତ ସୁନ୍ଦର ଭାବେ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ଉପରେ କୁଇଜ ପ୍ରତିଯୋଗିତା ରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହିତ ସିଲ ପ୍ରଦାନ କରି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା | ଏହାପରେ ସଭାକାର୍ଯ୍ୟ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଅତି ସୁନ୍ଦର ତାର ସହିତ ପରିଚାଳନା କରିଥିଲେ ଓ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟ ଘୋଷଣା କରିଥିଲେ। ବରିଷ୍ଠ ବିଭାଗୀୟ ଅଧିକାରୀ ଶ୍ରୀ ଗୋଲକ ବିହାରୀ ସାହାଣୀ |
